ଚିରନିଦ୍ରାରେ ଅବସରପ୍ରାପ୍ତ ଶିକ୍ଷାବିତ ଦୟାନିଧି ଆଚାର୍ଯ୍ୟ
ବଲାଙ୍ଗିର, 05 ଅଗଷ୍ଟ (ହି.ସ.) ବଲାଙ୍ଗୀର ସହରର ରୁଗୁଡି ପଡା ବାସିନ୍ଦା ତଥା ଅବସରପ୍ରାପ୍ତ ଶିକ୍ଷକ ଦୟାନିଧି ଆଚାର୍ଯ୍ୟ ଆଉ ଆମ ଗହଣରେ ନାହାନ୍ତି। ଗତକଲି ମଧ୍ୟାହ୍ନ ସମୟରେ ଶ୍ରୀ ଆଚାର୍ଯ୍ଯ ଶେଷ ନିଶ୍ଵାସ ତ୍ୟାଗ କରି ଆର ପାରିକୁ ଚାଲି ଗଲେ। ସେ କିଛି ବର୍ଷ ହେବ ବାର୍ଦ୍ଧକ୍ୟ ରୋଗଗ୍ରସ୍ତ ରହିଥିବାର
ଚିରନିଦ୍ରା ରେ ଅବସରପ୍ରାପ୍ତ ଶିକ୍ଷାବିତ ଦୟାନିଧି ଆଚାର୍ଯ୍ଯ।


ବଲାଙ୍ଗିର, 05 ଅଗଷ୍ଟ (ହି.ସ.) ବଲାଙ୍ଗୀର ସହରର ରୁଗୁଡି ପଡା ବାସିନ୍ଦା ତଥା ଅବସରପ୍ରାପ୍ତ ଶିକ୍ଷକ ଦୟାନିଧି ଆଚାର୍ଯ୍ୟ ଆଉ ଆମ ଗହଣରେ ନାହାନ୍ତି। ଗତକଲି ମଧ୍ୟାହ୍ନ ସମୟରେ ଶ୍ରୀ ଆଚାର୍ଯ୍ଯ ଶେଷ ନିଶ୍ଵାସ ତ୍ୟାଗ କରି ଆର ପାରିକୁ ଚାଲି ଗଲେ। ସେ କିଛି ବର୍ଷ ହେବ ବାର୍ଦ୍ଧକ୍ୟ ରୋଗଗ୍ରସ୍ତ ରହିଥିବାର ପରିବାର ତରଫ ରୁ ଜଣାପଡିଛି। ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ରୁଗୁଡି ପଡା ସମେତ ବଲାଙ୍ଗୀର ସହରରେ ଶୋକର ଛାୟା ଖେଳାଇ ଦେଇଛି। ବଲାଙ୍ଗୀର ସହରର ବହୁ ବିଶିଷ୍ଟ ବ୍ୟକ୍ତି ଓ ବନ୍ଧୁବାନ୍ଧବ ତାଙ୍କ ରୁଗୁଡି ପଡା ସ୍ତିତ୍ ବାସଭବନ କୁ ଯାଇ ଶେଷ ଦର୍ଶନ କରିଥିଲେ। ପିଲାଦିନରୁ ବିଭିନ୍ନ

ଲେଖାଲେଖି ରେ ଆଗ୍ରହ ରହିବା ସହିତ କଥା ପ୍ରବନ୍ଧ, ଉପନ୍ୟାସ,ରହସ୍ୟ ରଚନା ଲେଖା ପାଇ ପାଠକ ଜଗତରେ ପରିଚିତ ଥିଲେ । ବଲାଙ୍ଗିର ସାହିତ୍ୟ ସଂଗଠକ ଓ ଲେଖକ ପରିଷଦ କୋଶଳୀ ଲେଖକ ପରିଷଦ ର ଜଣେ ସଂଗଠକ ଭାବରେ ସେ ପରିଚୟ ସୃଷ୍ଟି କରିଥିଲେ।

ଶିକ୍ଷାବିତ ଶ୍ରୀ ଆଚାର୍ଯ୍ଯ ବିଭିନ୍ନ ପ୍ରକାର ପୁସ୍ତକ ପଠନ କରିବା ଓ ସମସ୍ତ ପ୍ରକାର ଖବରକାଗଜ ପଠନ କରିବୀ ତାଙ୍କ ରୁଚି ରହିଥିଲା। ବିଭିନ୍ନ ଖବରକାଗଜ ର ସେ ଜଣେ ନିୟମିତ ପାଠକ ରହିଥିଲେ। ଜିଲ୍ଲା ଲେଖକ ପରିଷଦ ଓ କୋଶଳୀ ଲେଖକ କବି ପରିବାର ତରଫ ରୁ ଏହି ମହାନ ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ଠାରେ ପାର୍ଥନା କରିବା ସହ ଶୋକାକୁଳ ପରିବାର ବର୍ଗଙ୍କୁ ଭଗବାନ ଆଗକୁ ବଢିବା ପାଇଁ ଅଜସ୍ର ଶକ୍ତି ପ୍ରଦାନ କରନ୍ତୁ ଏହା କାମନା କରାଯାଇଛି। ଗତ କାଲି ସନ୍ଧ୍ୟାରେ ଟିଟିଲାଗଡ ରୋଡ ସ୍ଥିତ ସ୍ୱର୍ଗ ଦ୍ୱାର ଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି।ତାଙ୍କର ଏକମାତ୍ର ପୁତ୍ର ଅନୁପମ ଆଚାର୍ଯ୍ୟ ମୁଖଗ୍ନି ଦେଇଥିଲେ। ତାଙ୍କର ବିଧବା ପତ୍ନୀ ସମେତ ଗୋଟିଏ ପୁଅ ଅନୁପମ ଓ ଝିଅ ଲିପି ସମେତ ଏକମାତ୍ର ଭାଇ ନାରାୟଣ ଆଚାର୍ଯ୍ୟ ଙ୍କ ପରିବାର ଙ୍କୁ ଛାଡି ଶ୍ରୀ ଆଚାର୍ଯ୍ୟ ଆରପାରିକୁ ଚାଲିଗଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande