ଜାତୀୟ ଅସ୍ଥି ଓ ଗଣ୍ଠି ଦିବସ ପାଳିତ
ଗଞାମ, 05 ଅଗଷ୍ଟ (ହି.ସ.) ଓଡ଼ିଶାର ଅଗ୍ରଣୀ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ଡକ୍ଟର୍ସ୍ ଫୋରମ୍, ବ୍ରହ୍ମପୁର ଓ ବ୍ରହ୍ମପୁର ଅସ୍ଥି ଶଲ୍ୟ ମଞ୍ଚର ମିଳିତ ଆନୁକୂଳ୍ୟରେ ସ୍ଥାନୀୟ ସ୍ୱୟଂଶାସିତ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ପ୍ରଦର୍ଶନୀ/ଖେଳ ପଡ଼ିଆସ୍ଥିତ ଅର୍ଜୁନ ହସ କ୍ଲବ ମଞ୍ଚରେ ଜାତୀୟ ଅସ୍ଥି ଓ ଗଣ୍ଠି ଦି
Qeertty


ଗଞାମ, 05 ଅଗଷ୍ଟ (ହି.ସ.) ଓଡ଼ିଶାର ଅଗ୍ରଣୀ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ଡକ୍ଟର୍ସ୍ ଫୋରମ୍, ବ୍ରହ୍ମପୁର ଓ ବ୍ରହ୍ମପୁର ଅସ୍ଥି ଶଲ୍ୟ ମଞ୍ଚର ମିଳିତ ଆନୁକୂଳ୍ୟରେ ସ୍ଥାନୀୟ ସ୍ୱୟଂଶାସିତ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ପ୍ରଦର୍ଶନୀ/ଖେଳ ପଡ଼ିଆସ୍ଥିତ ଅର୍ଜୁନ ହସ କ୍ଲବ ମଞ୍ଚରେ ଜାତୀୟ ଅସ୍ଥି ଓ ଗଣ୍ଠି ଦିବସ ଅବସରରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଡକ୍ଟର୍ସ୍ ଫୋରମ୍ ଏବଂ ବ୍ରହ୍ମପୁର ଅସ୍ଥି ଶଲ୍ୟ ମଞ୍ଚର ସଭାପତି ତଥା ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଶଙ୍କର୍ଷଣ ପାତ୍ର ଓ ଅର୍ଜୁନ ହସ କ୍ଲବର ସଭାପତି ଶ୍ରୀ ସୀମାଞ୍ଚଳ ପ୍ରସାଦ ବିଷୋୟୀ ମିଳିତ ଭାବେ ସଭାପତିତ୍ୱ କରିଥିଲେ। ବ୍ରହ୍ମପୁର ଅସ୍ଥି ଶଲ୍ୟ ମଞ୍ଚର ଯୁଗ୍ମ ସମ୍ପାଦକ ତଥା ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଅଭିଷେକ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଅସ୍ଥି ଓ ଗଣ୍ଠିର ସୁସ୍ଥତା, ହାଡ଼ କ୍ଷୟ, ଗଣ୍ଠିବାତ, ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ ଏବଂ ସଠିକ୍ ଜୀବନଶୈଳୀର ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ସଦସ୍ୟମାନଙ୍କୁ ସଚେତନ କରାଇଥିଲେ।

କାର୍ଯ୍ୟକ୍ରମକୁ ଡକ୍ଟର୍ସ୍ ଫୋରମ୍ର ସାଧାରଣ ସମ୍ପାଦକ ଡାକ୍ତର ଅତୁଲ୍ୟ କୁମାର ପଟ୍ଟନାୟକ ଏବଂ ଅର୍ଜୁନ ହସ କ୍ଲବର ସାଧାରଣ ସମ୍ପାଦକ ଡାକ୍ତର ସମରେନ୍ଦ୍ର କୁମାର ସାହୁ ସଂଯୁକ୍ତ ଭାବେ ପରିଚାଳନା କରିଥିଲେ।

ଏହି ଅବସରରେ ଡାକ୍ତର ରାମଚନ୍ଦ୍ର ରଥ, ଡାକ୍ତର ଏ. ବାଳକୃଷ୍ଣ, ଡାକ୍ତର ସି.ଏଚ୍. ଗାନ୍ଧୀ ଚୌଧୁରୀ, ଡାକ୍ତର ହୃଷିକେଶ ମହାନ୍ତି, ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା, ଡାକ୍ତର ଦେବୀ ପ୍ରସାଦ ପଟ୍ଟନାୟକ ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ଚିକିତ୍ସକ ଓ ଅର୍ଜୁନ ହସ କ୍ଲବର ବହୁ ସଦସ୍ୟ ଉପସ୍ଥିତ ଥିଲେ।

ଶେଷରେ ଶ୍ରୀ ଅଶୋକ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶ୍ରୀ ଗୌରୀ ଶଙ୍କର ମିଶ୍ର ଉପସ୍ଥିତ ଅତିଥି ଓ ସଦସ୍ୟମାନଙ୍କୁ ଜଳପାନରେ ଆପ୍ୟାୟିତ କରିଥିଲେ। କାର୍ଯ୍ୟକ୍ରମଟି ଅସ୍ଥି ଓ ଗଣ୍ଠି ସ୍ୱାସ୍ଥ୍ୟ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ସୁସ୍ଥ ଜୀବନଶୈଳୀ ଆପଣାଇବାର ବାର୍ତ୍ତା ପ୍ରସାର କରିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande