
କେନ୍ଦ୍ରାପଡ଼ା, ୦୫ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ବ୍ଲକ କପାଳେଶ୍ୱର ପଂଚାୟତ ଅନ୍ତର୍ଗତ ଗରାପୁର ରାସ୍ତା ଅତି ଶୋଚନୀୟ ହୋଇପଡ଼ିଛି। ଏନେଇ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ରାସ୍ତା ମରାମତି କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ପାପୁନିଛକ ଠାରୁ ଗ୍ରାମ ଭିତର ପର୍ଯ୍ୟନ୍ତ ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହେଉଥିବାରୁ ରାସ୍ତା ଉପରେ ଆଣ୍ଠୁଏ ଲେଖା କାଦୁଅ ସହିତ ବଡ଼ବଡ଼ ଖାଲଖମା ଭର୍ତି ହୋଇଛି। ଯାହାଫଳରେ ଗ୍ରାମର ବରିଷ୍ଠ ବ୍ୟକ୍ତି ସ୍କୁଲ ଛାତ୍ର ଛାତ୍ରୀ ଅସୁବିଧାର ସମ୍ମୁଖୀନ ହେବାସହ ଗ୍ରାମ ଭିତରକୁ ସ୍କୁଲ୍ ଗାଡ଼ି, ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଯାତାୟତ କରିପାରୁ ନାହିଁ। ରୋଗୀମାନଙ୍କୁ କାନ୍ଧରେ ନେଇ ଯିବାକୁପଡ଼ୁଛି। ତୁରନ୍ତ ଏହି ରାସ୍ତାକୁ ମରାମତି କରିବା ପାଇଁ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି