
ଗଂଜାମ, 05 ଅଗଷ୍ଟ (ହି.ସ.) ଵ୍ରହ୍ମପୁର ବଡ଼ବଜାରର ପୁଲିସ ହନୁମାନ ମନ୍ଦିରରୁ ଚୋରୀ ମାମଲାରେ ସଦର ଥାନା ଅନ୍ତର୍ଗତ ଅଙ୍କୁଶପୁର ଗ୍ରାମର ସନ୍ତୋଷ ମହାରଣା (୩୫)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗଣପତି ନଗର ଚତୁର୍ଥ ଗଳିରେ ଥିବା ହନୁମାନ ମନ୍ଦିରରୁ ଗତ ୧ତାରିଖରେ ଚୋରି କରିବା ପରେ ଗତକାଲି ରାତିରେ ପୁଣି ମନ୍ଦିରରେ ପଶି ଚୋରି କରିବା ଉଦ୍ୟମ ବେଳେ ସ୍ଥାନୀୟ ଲୋକମାନେ ଜାଣିପାରି ତାକୁ କାବୁ କରିବା ସହ ପୁଲିସକୁ ଦେଇଥିଲେ। ପୁଲିସ ଚୋରକୁ ଗିରଫ କରି କୋର୍ଟକୁ ଚାଲାଣ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ