ଦଶ ପଂଚାୟତ ବିକାଶ ପରିଷଦ ପକ୍ଷରୁ ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡ଼ା, ୦୫ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଅଳେଇକଣା, ଚଣ୍ଡିଆଗଡ଼ି, ମାଣିକପାଟଣା, ସିଂଘିରି, ନରେନ୍ଦ୍ରାପୁର, ପତ୍ରପୁର, ସଇରା, ବାଟିପଡ଼ା, ନୂଆପଡ଼ା, ସାନମଙ୍ଗଳ ଆଦି ଦଶଟି ପଂଚାୟତର ବିଭିନ୍ନ ମୈାଳିକ ସମସ୍ୟାର ସମାଧାନ ଦାବି ନେଇ “ଦଶ ପଂଚାୟତ ବିକାଶ ପରିଷଦ” ପକ୍ଷ
ଦଶ ପଂଚାୟତ ବିକାଶ ପରିଷଦ ପକ୍ଷରୁ ଦାବିପତ୍ର ପ୍ରଦାନ ।


କେନ୍ଦ୍ରାପଡ଼ା, ୦୫ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଅଳେଇକଣା, ଚଣ୍ଡିଆଗଡ଼ି, ମାଣିକପାଟଣା, ସିଂଘିରି, ନରେନ୍ଦ୍ରାପୁର, ପତ୍ରପୁର, ସଇରା, ବାଟିପଡ଼ା, ନୂଆପଡ଼ା, ସାନମଙ୍ଗଳ ଆଦି ଦଶଟି ପଂଚାୟତର ବିଭିନ୍ନ ମୈାଳିକ ସମସ୍ୟାର ସମାଧାନ ଦାବି ନେଇ “ଦଶ ପଂଚାୟତ ବିକାଶ ପରିଷଦ” ପକ୍ଷରୁ ପରିଷଦର ସଭାପତି ଆଳିର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବିଧାୟକ ପ୍ରାର୍ଥୀ ବ୍ରଜସୁନ୍ଦର ଭୂୟାଁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ୫ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ ଉପଯୁକ୍ତ ଭିତିଭୂମିର ଅଭାବ, ବିଜୁଳି ବିଭାଗର ଉଦାସୀନତା ଯୋଗୁ ବିଜୁଳି ଯୋଗାଣରେ ବ୍ୟାପକ ଅନିୟମିତତା ଓ ଘନଘନ ବିଜୁଳି କାଟ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ। ଏହାର ପ୍ରତିକାର ପାଇଁ ଅଂଚଳରେ ଉପଭୋକ୍ତାମାନଙ୍କୁ ୨୪ ଘଂଟିଆ ବିଜୁଳି ଯୋଗାଣ, ବ୍ରାହ୍ମଣୀ ନଦୀ କୂଳରେ ଆବଶ୍ୟକତା ଅନୁଯାୟୀ କୁମ୍ଭୀର ଆକ୍ରମଣରୁ ରକ୍ଷା ପାଇବା ପାଇଁ ବାରିକେଡ୍ ନିର୍ମାଣ, ମେଘା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରିତ ଢଙ୍ଗରେ ସମ୍ପୂର୍ଣ୍ଣ କରିବା, ରମ୍ବିଳା ସୁଇସ୍ ଗେଟ୍ର ପୁନଃ ନିର୍ମାଣ କରି ଆଳି ଭେଜରୁ ବର୍ଷା ଓ ବଢ଼ିପାଣିର ନିଷ୍କାସନ ବ୍ୟବସ୍ଥା କରିବା, ବର୍ତମାନର ସୁଇସ୍ ଗେଟ୍ର ନିର୍ମାଣ ଜନିତ ତ୍ରୁଟି ଯୋଗୁଁ ଏହା ଅକାମୀ ହୋଇପଡ଼ିଛି। ଯାହାଫଳରେ ଭେଡ଼ାରୁ ପାଣି ନିଷ୍କାସିତ ହୋଇପାରୁ ନାହିଁ। ଅଂଚଳର ପଂଚାୟତ ରାସ୍ତା, ପଂଚାୟତ ସମିତି ଅଧିନସ୍ଥ ରାସ୍ତା ଏବଂ ବିଭିନ୍ନ ସରକାରୀ ବିଭାଗ ଅଧିନ ରାସ୍ତାଗୁଡ଼ିକ ଦୀର୍ଘଦିନ ମରାମତି ଅଭାବରୁ ଯାତାୟତ ଅକାମୀ ହୋଇପଡ଼ିବାରୁ ସେଗୁଡ଼ିକର ପୁନଃ ନିର୍ମାଣ କରାଯିବା ଆଦି ଦାବିଗୁଡ଼ିକ ରହିଛି। ଏହି ଦାବିପତ୍ର ପ୍ରଦାନ ସମୟରେ ଅତିରିକ୍ତ ନବକ୍ରିଷ୍ଣ ଜେନା, ଦଶ ପଂଚାୟତ ବିକାଶ ପରିଷଦର ସଭାପତି ଓ ସଭ୍ୟମାନଙ୍କ ସହିତ ଆଲୋଚନା କରି ତୁରନ୍ତ ଏହି ସମସ୍ୟାଗୁଡ଼ିକ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande