୪ ଦଫା ଦାବି ନେଇ ଓଷ୍ଟା ଶିକ୍ଷକ ସଂଘର ବିକ୍ଷୋଭ
ନୂଆପଡ଼ା,୫ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଓଷ୍ଟା ଶିକ୍ଷକ ସଂଘ ପକ୍ଷରୁ ୪ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଖଡ଼ିଆଳ ବିଡିଓ ମିଳନ କୁମାର ଝଙ୍କାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛ
Osta shikshak Sangha ra bikshyobha


ନୂଆପଡ଼ା,୫ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଓଷ୍ଟା ଶିକ୍ଷକ ସଂଘ ପକ୍ଷରୁ ୪ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଖଡ଼ିଆଳ ବିଡିଓ ମିଳନ କୁମାର ଝଙ୍କାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଘର କହିବା ଅନୁଯାୟୀ, ରାଜ୍ୟର ୧୯୪ଟି ଓଷ୍ଟା ବିଦ୍ୟାଳୟରେ ଶିକ୍ଷକମାନେ ଦୀର୍ଘ ଦିନ ଧରି ନିୟମିତ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନେ ବିଭିନ୍ନ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ସେମାନଙ୍କର ମୁଖ୍ୟ ଦାବିଗୁଡ଼ିକ ହେଲା— “ସମାନ କାମକୁ ସମାନ ଦରମା” ପ୍ରଦାନ, ୧୯୪ଟି ଓଷ୍ଟା ବିଦ୍ୟାଳୟକୁ ସରକାରୀ ଅନୁଦାନ, ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ପାଇଁ ଅବସର ପରେ ପେନସନ ବ୍ୟବସ୍ଥା ଲାଗୁ କରିବା ଏବଂ ଅନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପରି ଓଷ୍ଟା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଛାତ୍ରବୃତ୍ତି ପ୍ରଦାନ କରିବା। ଏହି ଅବସରରେ ଶିକ୍ଷକମାନେ ଏକ ଶୋଭାଯାତ୍ରାରେ ଆସି ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସରକାରଙ୍କ ପ୍ରତିନିଧି ଭାବେ ବିଡିଓଙ୍କୁ ନିଜ ଦାବି ସମ୍ପର୍କରେ ଅବଗତ କରାଇଥିଲେ। ପରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ସ୍ମାରକପତ୍ର ବିଡିଓଙ୍କୁ ପ୍ରଦାନ କରିଥିଲେ। ସ୍ମାରକପତ୍ର ଗ୍ରହଣ କରି ବିଡିଓ ମିଳନ କୁମାର ଝଙ୍କାର କହିଥିଲେ ଯେ, ଏହାକୁ ନିୟମାନୁସାରେ ଉପରସ୍ଥ ଅଧିକାରୀଙ୍କ ଜରିଆରେ ସରକାରଙ୍କ ନିକଟକୁ ପ୍ରେରଣ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande