୩୨୦ କିଲୋ ଗଞ୍ଜେଇ ସହ ପିକଅପ୍ ଭ୍ୟାନ୍ ଜବତ, ୨ ଅଭିଯୁକ୍ତ ଗିରଫ
ମାଲକାନଗିରି , ୫ ଅଗଷ୍ଟ (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ବଦ ଲିଗୁଡା ଅଂଚଳରେ ମଙ୍ଗଳବାର କାଲିମେଳା ପୋଲିସ ବଡ଼ ଧରଣର ଗଞ୍ଜେଇ ଚାଲାଣ ବ୍ୟବସାୟ ଉପରେ ଚଢାଉ କରି ସଫଳତା ପାଇଛି । ସୂଚନା ଅନୁଯାୟୀ, ଗୁପ୍ତ ସୂଚନା ଆଧାରରେ ପୋଲିସ ବଦଲିଗୁଡା ଅଂଚଳରେ ଚଢାଉ କରି ଏକ ପିକଅପ୍ ଭ୍
୩୨୦ କିଲୋ ଗଞ୍ଜେଇ ସହ ପିକଅପ୍ ଭ୍ୟାନ୍ ଜବତ, ୨ ଅଭିଯୁକ୍ତ ଗିରଫ


ମାଲକାନଗିରି , ୫ ଅଗଷ୍ଟ (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ବଦ ଲିଗୁଡା ଅଂଚଳରେ ମଙ୍ଗଳବାର କାଲିମେଳା ପୋଲିସ ବଡ଼ ଧରଣର ଗଞ୍ଜେଇ ଚାଲାଣ ବ୍ୟବସାୟ ଉପରେ ଚଢାଉ କରି ସଫଳତା ପାଇଛି । ସୂଚନା ଅନୁଯାୟୀ, ଗୁପ୍ତ ସୂଚନା ଆଧାରରେ ପୋଲିସ ବଦଲିଗୁଡା ଅଂଚଳରେ ଚଢାଉ କରି ଏକ ପିକଅପ୍ ଭ୍ୟାନ୍ ରୁ ୩୨୦ କିଲୋ ଗଞ୍ଜେଇ ଜବତ କରିଛି । ଏହି ଚୋରା ଚାଲାଣ ହେଉଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ପୋଲିସ ଆକଳନ କରିଛି । ଏହି ଘଟଣାରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ଏମଭି-୭୨ ଗ୍ରାମର ରାମକୃଷ୍ଣ ଦାସ(୨୭) ଏବଂ ଏମଭି-୭୧ ଗ୍ରାମର ବବୁଲ ଦତ (୨୯) । ଗିରଫ ପରେ ଉଭୟଙ୍କୁ ପୋଲିସ ହେପାଜତରେ ନେଇ ପଚରାଉଚରା କରିବା ସହ ତାଙ୍କ ଠାରୁ ନଗଦ ୧୧୦୦୦ ଟଙ୍କା ମଧ୍ୟ ଜବତ କରିଛି। ଏହି ଗଞ୍ଜେଇ କେଉଁଠୁ ଆସୁଥିଲା ଏବଂ କେଉଁଠାକୁ ଯାଉଥିଲା ସେନେଇ ପୋଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି । ଏନେଇ କାଲିମେଳା ଥାନାରେ ଏନଡିପିଏସ ଆଇନ ଅନୁଯାୟୀ ୧୭୦/୨୬ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଭୁ ଦତ ବିଶ୍ୱାଳ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande