ଜାତୀୟ ରାଜପଥ କଡ଼ରୁ ଦଶଲକ୍ଷ ଟଙ୍କାର ସମ୍ପତି ଚୋରି
କେନ୍ଦ୍ରାପଡ଼ା, ୦୫ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ଜାତୀୟ ରାଜପଥ ଚଣ୍ଡିଖୋଲ ଠାରୁ ପାରାଦୀପ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ନୂତନ ରାସ୍ତା କଡ଼ରେ ଲାଗିଥିବା ଇଲେକ୍ଟ୍ରି ସାମଗ୍ରୀ, ତାରଜାଲି, ଟ୍ରାନ୍ସଫର୍ମର ଜାଲି ଏବଂ ସାଇଟ୍ ବାଡ଼ ଓ ମୂଲ୍ୟବାନ୍ ସାଇନ୍ ବୋର୍ଡ ଏବଂ ରାସ୍ତାକଡ଼ରେ ଥିବା କାମ ପାଇଁ ରଖାଯାଇ
ଜାତୀୟ ରାଜପଥ କଡରୁ ଦଶଲକ୍ଷ ଟଙ୍କାର ସମ୍ପତ୍ତି ଚୋରି ।


କେନ୍ଦ୍ରାପଡ଼ା, ୦୫ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ଜାତୀୟ ରାଜପଥ ଚଣ୍ଡିଖୋଲ ଠାରୁ ପାରାଦୀପ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ନୂତନ ରାସ୍ତା କଡ଼ରେ ଲାଗିଥିବା ଇଲେକ୍ଟ୍ରି ସାମଗ୍ରୀ, ତାରଜାଲି, ଟ୍ରାନ୍ସଫର୍ମର ଜାଲି ଏବଂ ସାଇଟ୍ ବାଡ଼ ଓ ମୂଲ୍ୟବାନ୍ ସାଇନ୍ ବୋର୍ଡ ଏବଂ ରାସ୍ତାକଡ଼ରେ ଥିବା କାମ ପାଇଁ ରଖାଯାଇଥିବା ମୂଲ୍ୟବାନ୍ ରଡ଼୍ ଓ ପାଇପ୍ଗୁଡ଼ିକୁ ଯାହାର ମୂଲ୍ୟ ହାରାହାରି ୧୦ଲକ୍ଷ ଟଙ୍କା ହେବ ଚୋରି କରି ନେଇଥିବାର ସଦର ଥାନାରେ ଅଭିଯୋଗ ହୋଇଛି। ପଂଚୁପାଣ୍ଡବ ଠାରୁ ଦୁହୁରିଆ ପର୍ଯ୍ୟନ୍ତ ରାସ୍ତାକଡ଼ରେ ଥିବା ସାଇଟ୍ର ସୁରକ୍ଷା ବାଡ଼ଗୁଡ଼ିକୁ ଦୁର୍ବୁର୍ତମାନେ କାଟି ନେଇଛନ୍ତି। ଗାଡ଼ିଚାଳକମାନେ ଦୁର୍ଘଟଣାର ସମ୍ମୁଖୀନ ହେଲେ ଏହି ବାଡ଼ଗୁଡ଼ିକ ସୁରକ୍ଷା ପ୍ରଦାନ କରିଥାଏ। ପିଏସ୍କେ କମ୍ପାନୀ ପକ୍ଷରୁ ଚୋରି ହୋଇଥିବାର ସଦର ଥାନାରେ ଅଭିଯୋଗ ହେବାପରେ ଥାନା ଅଧିକାରୀ ଚୋରି ହୋଇଥିବା ଜିନିଷଗୁଡ଼ିକ ମଧ୍ୟରୁ କିଛି ଜିନିଷ ଉଦ୍ଧାର କରି ଚାରିଜଣ ଚୋରଙ୍କୁ କୋର୍ଟଚାଲାଣ କରାଯାଇ ଅନ୍ୟ ଚୋରମାନଙ୍କୁ ଗିରଫ କରିବା ପାଇଁ ପୋଲିସ୍ ପକ୍ଷରୁ ଉଦ୍ୟମ ଜାରି ରହିଛି। ବାରମ୍ବାର ଚୋରି ହେଉଥିବାରୁ କମ୍ପାନୀ ପକ୍ଷରୁ ଉଦ୍ବେଗ ପ୍ରକାଶ କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande