ବିକଶିତ ଓଡ଼ିଶା-୨୦୩୬ ଏବଂ ବିକଶିତ ଭାରତ-୨୦୪୭ ଲକ୍ଷ୍ୟ ହାସଲରେ ଜନଜାତି ଯୁବବର୍ଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତୁ: ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର, ୦୫ ଅଗଷ୍ଟ (ହି.ସ.) - ବିକଶିତ ଓଡ଼ିଶା-୨୦୩୬ ଏବଂ ବିକଶିତ ଭାରତ-୨୦୪୭ ଲକ୍ଷ୍ୟ ହାସଲରେଜନଜାତି ଯୁବବର୍ଗଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତୁ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆହ୍ୱାନ ଦେଇଛନ୍ତି । ଭିଜନ ଓଡ଼ିଶା ଲକ୍ଷ୍ୟ ସାଧନ ପାଇଁ ଜନଜାତି ସମ୍ପ୍ରଦାୟକୁ ଉନ
train


ଭୁବନେଶ୍ୱର, ୦୫ ଅଗଷ୍ଟ (ହି.ସ.) - ବିକଶିତ ଓଡ଼ିଶା-୨୦୩୬ ଏବଂ ବିକଶିତ ଭାରତ-୨୦୪୭ ଲକ୍ଷ୍ୟ ହାସଲରେଜନଜାତି ଯୁବବର୍ଗଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତୁ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆହ୍ୱାନ ଦେଇଛନ୍ତି । ଭିଜନ ଓଡ଼ିଶା ଲକ୍ଷ୍ୟ ସାଧନ ପାଇଁ ଜନଜାତି ସମ୍ପ୍ରଦାୟକୁ ଉନ୍ନୟନର ମୁଖ୍ୟ ସ୍ରୋତ ସହ ଅଧିକ ସଂଯୋଜିତ କରି ସେମାନଙ୍କ ପାଇଁ ଶିକ୍ଷା, ଦକ୍ଷତା, ସ୍ୱାସ୍ଥ୍ୟ, ପୁଷ୍ଟିସାଧନ, ଜୀବିକା ଏବଂ ରୋଜଗାର ସୃଷ୍ଟି ଉପରେ ତୃଣମୂଳ ସ୍ତରରେ ଫଳପ୍ରଦ କାର୍ଯ୍ୟ କରିବାକୁ ସେ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ଲୋକସେବା ଭବନସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଗତକାଲି ମଙ୍ଗଳବାର ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ ଏହା ପ୍ରକାଶ କରିଛନ୍ତି । ବୈଠକରେ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ବି. ପରମେଶ୍ୱରନଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଆଭାସୀ ମାଧ୍ୟମରେ ବିଭିନ୍ନ ଜିଲ୍ଲାରୁ ସମନ୍ୱିତ ଜନଜାତି ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ପ୍ରକଳ୍ପ ପ୍ରଶାସକ, ଜିଲ୍ଲା କଲ୍ୟାଣ ଅଧିକାରୀ ଏବଂ ମାଇକ୍ରୋ ପ୍ରକଳ୍ପଗୁଡ଼ିକର ସ୍ୱତନ୍ତ୍ର ଅଧିକାରୀମାନେ ଯୋଗଦେଇଥିଲେ।

ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ ଯେ, ଯେଉଁ ଜନଜାତି ଯୁବକ ଓ ଯୁବତୀମାନେ ଦେଶ ବା ବିଦେଶରେ ଉଚ୍ଚଶିକ୍ଷା ଓ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି, ସେମାନଙ୍କୁ ରୋଲ୍ ମଡେଲ୍' ତଥା ଆଦର୍ଶ ଭାବେ ବିଭିନ୍ନ ଆଶ୍ରମ ବିଦ୍ୟାଳୟ ଓ ବିଭାଗ ଅଧିନସ୍ଥ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ସଂଯୋଗ କରି ବିଦ୍ୟାଳୟ ପରିଦର୍ଶନ କିମ୍ବା ଅନଲାଇନ୍ ମାଧ୍ୟମରେ ସେମାନେ ନିଜ ନିଜର ଅନୁଭୂତି ବାଣ୍ଟି ନୂତନ ପିଢ଼ିକୁ ଉଚ୍ଚଶିକ୍ଷା ଓ ଉଚ୍ଚ ମାନର ବୃତି ଚୟନ ପାଇଁ ପ୍ରେରଣା ଦିଅନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ଆହ୍ୱାନ ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande