କେନ୍ଦୁଝରରେ ବନ୍ୟା କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ
କେନ୍ଦୁଝର, 05 ଅଗଷ୍ଟ (ହି.ସ.) ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଆଜି କେନ୍ଦୁଝର ସର୍କିଟ ହାଉସଠାରେ ବନ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତି ଓ ପୁନଃରୁଦ୍ଧାର ପରିଚାଳନା ସମ୍ପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ସାମ୍ପ୍ରତିକ
Rabi


କେନ୍ଦୁଝର, 05 ଅଗଷ୍ଟ (ହି.ସ.) ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଆଜି କେନ୍ଦୁଝର ସର୍କିଟ ହାଉସଠାରେ ବନ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତି ଓ ପୁନଃରୁଦ୍ଧାର ପରିଚାଳନା ସମ୍ପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ସାମ୍ପ୍ରତିକ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ ଏବଂ ବିଭିନ୍ନ ବିଭାଗ ଦ୍ୱାରା କରାଯାଉଥିବା ପୁନରୁଦ୍ଧାର ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରାଯାଇଛି।

ଏହି ବୈଠକରେ ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାଏକ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ନୀତିନ କୁଶଳକର, ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚଡ଼ି, ଅଧ୍ୟକ୍ଷା ସ୍ୱତନ୍ତ୍ର ଉନ୍ନୟନ ପରିଷଦ, କେନ୍ଦୁଝର ଶ୍ରୀମତୀ ମମିତା ନାଏକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ବିଭାଗୱାରୀ ଆକଳନ ଅନୁଯାୟୀ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାଘାଟ, ପୋଲ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଭିତ୍ତିଭୂମି, କୃଷି ଜନିତ କ୍ଷୟକ୍ଷତି ଏବଂ ଜଙ୍ଗଲ ଅଞ୍ଚଳର ସମୀକ୍ଷା କରାଯାଇଥିଲା। ପ୍ରଭାବିତ ଅଞ୍ଚଳରେ ରାସ୍ତା ସଂଯୋଗୀକରଣର ପୁନରୁଦ୍ଧାର, ଜଳ ଯୋଗାଣ ବ୍ୟବସ୍ଥାର ମରାମତି, ଜରୁରୀକାଳୀନ ମୁକାବିଲା ଦଳ ମୁତୟନ, ରିଲିଫ୍ ବଣ୍ଟନ ଏବଂ ଅନ୍ୟାନ୍ୟ ପ୍ରଶମନ ମୂଳକ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ଅଧିକାରୀମାନେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ମନ୍ତ୍ରୀ ସମସ୍ତ ବିଭାଗର ପୁନରୁଦ୍ଧାର କାର୍ଯ୍ୟକୁ ପ୍ରଶଂସା କରିବା ସହ, ଜରୁରୀକାଳୀନ ସେବାଗୁଡ଼ିକର ଅବ୍ୟାହତ ଯୋଗାଣ ନିଶ୍ଚିତ କରିବାକୁ, ନିବିଡ଼ ସମନ୍ୱୟ ରକ୍ଷା କରିବାକୁ ଏବଂ ଆଗାମୀ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ତୁରନ୍ତ ପଦକ୍ଷେପ ନେବା, ନିରନ୍ତର ନଜର ରଖିବା ଏବଂ ପ୍ରଭାବିତ ଲୋକଙ୍କୁ ସଠିକ୍ ସମୟରେ ସହାୟତା ଯୋଗାଇଦେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ମନ୍ତ୍ରୀ ଶ୍ରୀ ନାଏକ ଆହ୍ୱାନ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande