ଝାରସୁଗୁଡ଼ାରେ ୨୪ ଘଣ୍ଟାରେ ୧୯.୬ ମି.ମି. ହାରାହାରି ବୃଷ୍ଟିପାତ, ଝାରସୁଗୁଡ଼ା ବ୍ଲକରେ ସର୍ବାଧିକ ୭୫ ମି.ମି.
Rain fall record in Jharsuguda
ଝାରସୁଗୁଡ଼ାରେ ୨୪ ଘଣ୍ଟାରେ ୧୯.୬ ମି.ମି. ହାରାହାରି ବୃଷ୍ଟିପାତ, ଝାରସୁଗୁଡ଼ା ବ୍ଲକରେ ସର୍ବାଧିକ ୭୫ ମି.ମି.


ଝାରସୁଗୁଡ଼ା, ୫ ଅଗଷ୍ଟ (ହି.ସ.) - ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହୋଇଥିବା ବର୍ଷା ଫଳରେ ଜିଲ୍ଲାର ହାରାହାରି ବୃଷ୍ଟିପାତ ୧୯.୬ ମିଲିମିଟର ରେକର୍ଡ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ବର୍ଷା ରିପୋର୍ଟ ଅନୁଯାୟୀ, ଜିଲ୍ଲାର ପାଞ୍ଚଟି ବ୍ଲକରେ ମୋଟ ୯୮.୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ କେତେକ ଅଞ୍ଚଳରେ ବର୍ଷାର ପରିମାଣରେ ଉଲ୍ଲେଖନୀୟ ପାର୍ଥକ୍ୟ ଦେଖିବାକୁ ମିଳିଛି।

ସର୍ବାଧିକ ୭୫.୦ ମିଲିମିଟର ବର୍ଷା ଝାରସୁଗୁଡ଼ା ବ୍ଲକରେ ରେକର୍ଡ ହୋଇଥିବାବେଳେ କିର୍ମିରା ବ୍ଲକରେ ୧୫.୯ ମିଲିମିଟର, ଲଇକେରା ବ୍ଲକରେ ୫.୧ ମିଲିମିଟର ଏବଂ କୋଲାବିରା ବ୍ଲକରେ ୨.୦ ମିଲିମିଟର ବର୍ଷା ହୋଇଛି। ଅନ୍ୟପକ୍ଷରେ, ଲଖନପୁର ବ୍ଲକରେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି ବର୍ଷା ରେକର୍ଡ ହୋଇନଥିବା ଜଣାପଡ଼ିଛି।ବର୍ଷାର ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସତର୍କ ରହିଛି। ନିମ୍ନାଞ୍ଚଳରେ ଜଳଜମା କିମ୍ବା ଅନ୍ୟ କୌଣସି ବର୍ଷାଜନିତ ସମସ୍ୟା ସୃଷ୍ଟି ହେଲେ ତୁରନ୍ତ ମୁକାବିଲା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ବ୍ଲକର ପ୍ରଶାସନିକ ଅଧିକାରୀମାନଙ୍କୁ ମଧ୍ୟ ସ୍ଥିତି ଉପରେ କଡ଼ା ନଜର ରଖିବା ସହ ଆବଶ୍ୟକ ପଡ଼ିଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଆଗାମୀ କିଛି ଦିନ ବର୍ଷାର ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନ ସାଧାରଣ ଲୋକଙ୍କୁ ସତର୍କ ରହିବା ସହ ବର୍ଷାଜନିତ ପରିସ୍ଥିତି ସମ୍ପର୍କରେ ସରକାରୀ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦେଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande