
ଗଂଜାମ, 05 ଅଗଷ୍ଟ (ହି.ସ.)ଶେରଗଡ ଆଇସିଡିଏସ ଓ ଜିବୀକା ମିଶନ ପକ୍ଷରୁ ଶେରଗଡ ବ୍ଲକ ପରିସରରେ ତିନି ଦିନିଆ ଲକ୍ଷପତି ଦିଦି କର୍ମଶାଳା ସିଡ଼ିପିଓ ମମତାଞ୍ଜଳି ପଣ୍ଡାଙ୍କ ତତ୍ତ୍ୱାଵଧାନରେ ଅନୁଷ୍ଠିତ ହୋଇଛି। ଵ୍ଳକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ଓ ଵିଡିଓ ତୃପ୍ତିମୟୀ ଜେନା ଅନ୍ୟତମ ଅତିଥି ରୂପେ ଯୋଗ ଦେଇ ଲକ୍ଷପତି ଦିଦିରୁ କିପରି ମହାଲକ୍ଷପତି ଦିଦି ରୂପେ ରୁପାନ୍ତରିତ ହେବେ, ସେ ସମ୍ପର୍କରେ ଉଦଵୋଧନ ଦେଇଥିଲେ। ଏଥିରେ ଵ୍ଳକର ୨୨ଟି ପଞ୍ଚାୟତର ଆତ୍ମସହାୟକ ଦଳ ଵହୁ ସୁଭଦ୍ରା ହିତାଧିକାରୀ ଅଂଶ ଗ୍ରହଣ କରିଛନ୍ତି। ମହିଳାମାନଙ୍କ ଦ୍ବାରା ଓଡ଼ିଶାର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତିର ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଛି । ମହିଳା ମାନଙ୍କୁ ଉତ୍ସାହିତ କରିବା ପାଇଁ ଓ ସଚେତନତା କରିବା ପାଇଁ ଲୋକନୃତ୍ୟ ପ୍ରଦର୍ଶନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଏମବିକେ ସିଆରପି ଓ ଶେରଗଡ ସମନ୍ୱତ ଶିଶୁ ବିକାଶ ପ୍ରକଳ୍ପର ପରିଦର୍ଶିକା ଅଙ୍ଗନବାଡି କର୍ମୀ ଓ କର୍ମଚାରୀ ମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ବିପିଏମ ସଦାଶିଵ ସେଠୀ ଓ ବିପିସିଏ ବିଷ୍ଣୁ ପ୍ରସାଦ ବେହେରା ମଧ୍ୟ ଏଥିରେ ଯୋଗ ଦେଇ ବକ୍ତବ୍ୟ ପ୍ରସଙ୍ଗରେ ମହିଳା ମାନଙ୍କୁ ଉତ୍ସାହିତ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ