ଡାକ୍ତରଙ୍କ ଅଶୋଭନୀୟ ଆଚରଣ ପ୍ରଦର୍ଶନ ବିରୁଦ୍ଧରେ ଏସ୍ପି ଓ ସିଡିଏମ୍ଓଙ୍କୁ ଭେଟିଲେ ସାମ୍ବାଦିକ
ସୁବର୍ଣ୍ଣପୁର, ୦୫ ଅଗଷ୍ଟ(ହି.ସ.) – ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଗତ ରବିବାର ରାତିରେ ଜଣେ ଯୁବକଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବାନେଇ ଅଭିଯୋଗ ହୋଇଥିଲା। ମୃତକ ଜଣକ ହେଲେ ସୋନପୁର ଥାନା ଅନ୍ତର୍ଗତ ପାନିଶିଆଲି ଗାଁର ପ୍ରଶାନ୍ତ କୁମାର ତ୍ରିପାଠୀ। ଏହି ଘଟଣାକୁ ନେଇ ସେଠାରେ ପ୍ର
ସାମ୍ୱାଦିକ ଙ୍କୁ ଡାକ୍ତରଙ୍କ ଅଶୋଭନୀୟ ଆଚରଣ ପ୍ରଦର୍ଶନ ବିରୁଦ୍ଧ ରେ ଏସପି ଓ ସିଡିଏମଓ ଙ୍କୁ ଭେଟିଲେ ସାମ୍ବାଦିକ


ସାମ୍ୱାଦିକ ଙ୍କୁ ଡାକ୍ତରଙ୍କ ଅଶୋଭନୀୟ ଆଚରଣ ପ୍ରଦର୍ଶନ ବିରୁଦ୍ଧ ରେ ଏସପି ଓ ସିଡିଏମଓ ଙ୍କୁ ଭେଟିଲେ ସାମ୍ବାଦିକ


ସୁବର୍ଣ୍ଣପୁର, ୦୫ ଅଗଷ୍ଟ(ହି.ସ.) – ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଗତ ରବିବାର ରାତିରେ ଜଣେ ଯୁବକଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବାନେଇ ଅଭିଯୋଗ ହୋଇଥିଲା। ମୃତକ ଜଣକ ହେଲେ ସୋନପୁର ଥାନା ଅନ୍ତର୍ଗତ ପାନିଶିଆଲି ଗାଁର ପ୍ରଶାନ୍ତ କୁମାର ତ୍ରିପାଠୀ। ଏହି ଘଟଣାକୁ ନେଇ ସେଠାରେ ପ୍ରବଳ ଉତେଜନା ପ୍ରକାଶ ପାଇଥିଲା। ଏଥିରେ ଉତ୍ୟକ୍ତ ହୋଇ ମୃତକଙ୍କ ପରିବାର ସଦସ୍ୟ ଡାକ୍ତରଙ୍କୁ ଗାଳିଗୁଲଜ ଓ ଧସ୍ତାଧସ୍ତି କରିଥିବା ନେଇ ସୋନପୁର ଥାନାରେ ଅଭିଯୋଗ ହୋଇଥିଲା। ଅପରପକ୍ଷରେ ମୃତକଙ୍କ ପରିବାର ବର୍ଗ ପକ୍ଷରୁ ମଧ୍ୟ ଚିକିତ୍ସା ଅବହେଳାରୁ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ତେବେ ଏହି ଘଟଣା ପରେ ମୃତକଙ୍କ ଶବ ବ୍ୟବଛେଦ କରିବାରେ ବିଳମ୍ବ କରିବା ସହ ଯେଉଁମାନେ ଡାକ୍ତରଙ୍କ ସହ ଧସ୍ତା ଧସ୍ତି କରିଛନ୍ତି ତାଙ୍କୁ ତୁରନ୍ତ ଗିରଫ କରିବାକୁ ଡାକ୍ତର ସଂଘ ପକ୍ଷରୁ କୁହାଯାଇଥିଲା। ଏନେଇ ଡାକ୍ତରମାନେ ଡିଏଚ୍ଏଚ୍ ପରିସରରେ ଏସ୍ପିଙ୍କ ସହ ଆଲୋଚନା କରୁଥିଲେ। ସେହି ସମୟରେ କିଛି ସାମ୍ବାଦିକ ଉକ୍ତ ଆଲୋଚନା ସମୟର ଭିଡିଓ ଫୋଟ ଉତୋଳନ କରୁଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଡ. ମହାପାତ୍ର ଆଙ୍ଗୁଠି ଲମ୍ବାଇ ସାମ୍ବାଦିକମାନଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ। ଯାହାକି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହାକୁ ନେଇ ଜିଲ୍ଲାର ସାମ୍ବାଦିକ ଓ ବୁଦ୍ଧିଜୀବୀଙ୍କ ମହଲରେ ଖୁବ୍ ଅସନ୍ତୋଷ ଦେଖାଦେଇଛି। ଏହି ଘଟଣାକୁ ଖୁବ୍ ନିନ୍ଦା କରାଯାଉଛି। ଏହି ଘଟଣା ବିରୁଦ୍ଧରେ ଆଜି ସମସ୍ତ ସାମ୍ବାଦିକ ସୁବର୍ଣ୍ଣପୁର ଏସ୍ପି ନାରାୟଣ ନାୟକଙ୍କୁ ଭେଟି ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲିଖିତ ଭାବେ ଜଣାଇଛନ୍ତି। ଏନେଇ ସିଡିଏମ୍ଓ ଡ. ଉଷାରାଣୀ ଦାସଙ୍କୁ ମଧ୍ୟ ସାକ୍ଷାତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande