ନରେନ୍ଦ୍ରପୁର ହାଇସ୍କୁଲ୍ ଶିକ୍ଷକ ଅଭାବ, ଛାତ୍ରଛାତ୍ରୀଙ୍କ ପାଠପଢା ଠପ୍
କେନ୍ଦ୍ରାପଡ଼ା, ୦୫ ଅଗଷ୍ଟ(ହି.ସ.) – ଜିଲ୍ଲାର ଅନ୍ୟତମ ପୁରୁଣା ହାଇସ୍କୁଲ ଭାବେ ପରିଚିତ ଆଳି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଠାରେ ଥିବା ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ଏହି ହାଇସ୍କୁଲରେ ଶତାଧିକ ଛାତ୍ରଛାତ୍ରୀ ଥିବାବେଳ
ନରେନ୍ଦ୍ରପୁର ହାଇସ୍କୁଲ୍ ଶିକ୍ଷକ ଅଭାବ, ଛାତ୍ରଛାତ୍ରୀଙ୍କ ପାଠପଢା ଠପ୍ ।


କେନ୍ଦ୍ରାପଡ଼ା, ୦୫ ଅଗଷ୍ଟ(ହି.ସ.) – ଜିଲ୍ଲାର ଅନ୍ୟତମ ପୁରୁଣା ହାଇସ୍କୁଲ ଭାବେ ପରିଚିତ ଆଳି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଠାରେ ଥିବା ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ଏହି ହାଇସ୍କୁଲରେ ଶତାଧିକ ଛାତ୍ରଛାତ୍ରୀ ଥିବାବେଳେ ଜଣେ ମାତ୍ର ଶିକ୍ଷକ ଡେପୁଟେସନ୍ରେ ଅଛନ୍ତି। ଯାହାଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଉଚିତ୍ ଶିକ୍ଷା ମିଳିପାରୁ ନାହିଁ। ଏ ନେଇ ଆଳିର ସମାଜସେବୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବଜ୍ରସୁନ୍ଦର ଭୂୟାଁ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ନରେନ୍ଦ୍ରପୁର ଅଂଚଳର ଗ୍ରାମବାସୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande