ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ସାପ୍ତାହିକ ଏକାଡେମିକ୍ ଫ୍ୟାକଲ୍ଟି ଡେଭେଲପମେଣ୍ଟ ପ୍ରୋଗ୍ରାମର ଶୁଭାରମ୍ଭ
ଜୟପୁର, 05 ଅଗଷ୍ଟ (ହି.ସ.) ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକମାନଙ୍କର ଶୈକ୍ଷିକ ଦକ୍ଷତା ବୃଦ୍ଧି ଓ ଜ୍ଞାନର ନିରନ୍ତର ଅଦ୍ୟତନ ଉଦ୍ଦେଶ୍ୟରେ ସାପ୍ତାହିକ ଏକାଡେମିକ୍ ଫ୍ୟାକଲ୍ଟି ଡେଭେଲପମେଣ୍ଟ ପ୍ରୋଗ୍ରାମର ଶୁଭାରମ୍ଭ ବୁଧବାର ଅପରାହ୍ନ ୪.୧୫ ଘଟିକାରେ ବିଶ୍ୱବିଦ୍ୟାଳୟର ଏଲ୍-୨ କକ୍ଷରେ ଅନୁଷ୍ଠି
ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ସାପ୍ତାହିକ ଏକାଡେମିକ୍ ଫ୍ୟାକଲ୍ଟି ଡେଭେଲପମେଣ୍ଟ ପ୍ରୋଗ୍ରାମର ଶୁଭାରମ୍ଭ


ଜୟପୁର, 05 ଅଗଷ୍ଟ (ହି.ସ.) ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକମାନଙ୍କର ଶୈକ୍ଷିକ ଦକ୍ଷତା ବୃଦ୍ଧି ଓ ଜ୍ଞାନର ନିରନ୍ତର ଅଦ୍ୟତନ ଉଦ୍ଦେଶ୍ୟରେ ସାପ୍ତାହିକ ଏକାଡେମିକ୍ ଫ୍ୟାକଲ୍ଟି ଡେଭେଲପମେଣ୍ଟ ପ୍ରୋଗ୍ରାମର ଶୁଭାରମ୍ଭ ବୁଧବାର ଅପରାହ୍ନ ୪.୧୫ ଘଟିକାରେ ବିଶ୍ୱବିଦ୍ୟାଳୟର ଏଲ୍-୨ କକ୍ଷରେ ଅନୁଷ୍ଠିତ ହୋଇଥିଲା।

ମାନ୍ୟବର କୁଳପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଭାଗୀୟ ମୁଖ୍ୟମାନଙ୍କ ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ ପ୍ରତି କାର୍ଯ୍ୟଦିବସ ବୁଧବାର ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହାର ପ୍ରଥମ ଅଧିବେଶନରେ କୃତ୍ରିମ ବୁଦ୍ଧିମତା (Artificial Intelligence - AI) ବିଷୟ ଉପରେ କମ୍ପ୍ୟୁଟର ବିଜ୍ଞାନ ବିଭାଗର ମୁଖ୍ୟ ଶ୍ରୀ ସନ୍ତୋଷ କୁମାର ପଣ୍ଡା ବିସ୍ତୃତ ଆଲୋଚନା କରିଥିଲେ।

ସେ ଉଚ୍ଚଶିକ୍ଷା, ଗବେଷଣା, ଶିକ୍ଷାଦାନ, ପ୍ରଶାସନିକ କାର୍ଯ୍ୟ ଏବଂ ଭବିଷ୍ୟତର ଶୈକ୍ଷିକ ବ୍ୟବସ୍ଥାରେ କୃତ୍ରିମ ବୁଦ୍ଧିମତାର ବ୍ୟାପକ ପ୍ରୟୋଗ, ସମ୍ଭାବନା ଓ ଚ୍ୟାଲେଞ୍ଜ ସମ୍ପର୍କରେ ଉପସ୍ଥିତ ଅଧ୍ୟାପକମାନଙ୍କୁ ଅବଗତ କରାଇଥିଲେ। ସେ ଏଆଇର ସଦୁପଯୋଗ ସହିତ ନୈତିକତା, ତଥ୍ୟର ସୁରକ୍ଷା ଏବଂ ଦାୟିତ୍ୱଶୀଳ ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ରହି ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏପରି ସାପ୍ତାହିକ ଫ୍ୟାକଲ୍ଟି ଡେଭେଲପମେଣ୍ଟ ପ୍ରୋଗ୍ରାମ ଅଧ୍ୟାପକମାନଙ୍କର ବୃତ୍ତିଗତ ଦକ୍ଷତା ବୃଦ୍ଧି ସହ ଶିକ୍ଷାର ଗୁଣାତ୍ମକ ଉନ୍ନତିରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande