ଶକ୍ତି ପ୍ରଗତିର ଇଞ୍ଜିନ୍ - ଓଡ଼ିଶା , ସ୍ୱଚ୍ଛ ଶକ୍ତି ଓ ଶିଳ୍ପ ବିକାଶ ଆଡ଼କୁ ଦ୍ରୁତ ପଦକ୍ଷେପ
ଭୁବନେଶ୍ୱର, ୦୫ ଅଗଷ୍ଟ (ହି.ସ.) - ଦେଶର ଶକ୍ତି ପ୍ରଗତିର ଇଞ୍ଜିନ୍'' ଭାବେ ଓଡ଼ିଶା ନିଜର ସ୍ୱଚ୍ଛ ଶକ୍ତି ଓ ଶିଳ୍ପ ବିକାଶକୁ ଦ୍ରୁତ ଗତିରେ ଆଗେଇ ନେଉଛି। ୨୦୩୦ ସୁଦ୍ଧା ରାଜ୍ୟରେ ୧୧ ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି। ଆଇଇଇଏମଏ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟ
tyhu


ଭୁବନେଶ୍ୱର, ୦୫ ଅଗଷ୍ଟ (ହି.ସ.) - ଦେଶର ଶକ୍ତି ପ୍ରଗତିର ଇଞ୍ଜିନ୍' ଭାବେ ଓଡ଼ିଶା ନିଜର ସ୍ୱଚ୍ଛ ଶକ୍ତି ଓ ଶିଳ୍ପ ବିକାଶକୁ ଦ୍ରୁତ ଗତିରେ ଆଗେଇ ନେଉଛି। ୨୦୩୦ ସୁଦ୍ଧା ରାଜ୍ୟରେ ୧୧ ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି। ଆଇଇଇଏମଏ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ ଓଡ଼ିଶା ଏକ ବିଦ୍ୟୁତ୍-ବଳକା ରାଜ୍ୟ। ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ କହିଥିଲେ ଯେ ରାଜ୍ୟର ଉନ୍ନତ ଭିତିଭୂମି ଓ ନିବେଶକ-ଅନୁକୂଳ ନୀତି ଯୋଗୁଁ ଓଡ଼ିଶା ଶିଳ୍ପ ଏବଂ ସବୁଜ ଶକ୍ତି ଉତ୍ପାଦନ ପାଇଁ ଶ୍ରେଷ୍ଠ ସ୍ଥାନ ପାଲଟିଛି।

ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ' ଯୋଜନା ଅନୁଯାୟୀ, ରାଜ୍ୟରେ ଆଧୁନିକ ସ୍ମାର୍ଟ ଗ୍ରିଡ୍, ଡିଜିଟାଲ୍ ସବଷ୍ଟେସନ୍ ଏବଂ ଏଆଇ-ସକ୍ଷମ ବ୍ୟବସ୍ଥା ମାଧ୍ୟମରେ ଶକ୍ତି କ୍ଷେତ୍ରକୁ ଆହୁରି ମଜବୁତ୍ କରିବାକୁ ନିଷ୍ପତି ନିଆଯାଇଛି।

ଓଡ଼ିଶାରେ ୧୦ ଲକ୍ଷ କୋଟି ଟଙ୍କାର ବିଶାଳ ନିବେଶ ଯୋଜନା ଚାଲୁଥିବାରୁ, ଏଠାରେ ଉଚ୍ଚମାନର ଇଲେକ୍ଟ୍ରିକାଲ୍ ଉପକରଣ ଓ ଟ୍ରାନ୍ସଫର୍ମରର ବଡ଼ ଚାହିଦା ସୃଷ୍ଟି ହେଉଛି। ଉତମ ବନ୍ଦର ସଂଯୋଗୀକରଣ ଓ ଭୌଗୋଳିକ ସ୍ଥିତି ଯୋଗୁଁ, ଏଠାରେ ତିଆରି ହେଉଥିବା ଉପକରଣକୁ ପୂର୍ବ, ଉତର-ପୂର୍ବ ଭାରତ ସମେତ ବିଦେଶକୁ ମଧ୍ୟ ସହଜରେ ରପ୍ତାନି କରାଯାଇପାରିବ।

ଓଡ଼ିଶାରେ ଉତ୍ପାଦନ କରନ୍ତୁ, ନବୋନ୍ମେଷ କରନ୍ତୁ ଏବଂ ସମୃଦ୍ଧ ହୁଅନ୍ତୁ' — ଏହି ନାରା ଦେଇ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ବିଶ୍ୱର ଶିଳ୍ପପତି ଓ ନିବେଶକମାନଙ୍କୁ ଓଡ଼ିଶାରେ ନିବେଶ କରିବାକୁ ଆହ୍ୱାନ ଜଣାଇଛନ୍ତି। ସେ ସ୍ଥାୟୀ ନୀତି, ସ୍ୱଚ୍ଛ ଶାସନ ଓ ସରକାରୀ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବହେମନ୍ତ ଶର୍ମା, ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, ଓପିଟିସିଏଲ ସିଏମଡି ଭାସ୍କର ଜ୍ୟୋତି ଶର୍ମା, କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣର ଅଧ୍ୟକ୍ଷ ଘନଶ୍ୟାମ ପ୍ରସାଦ,ଆଇଇଇଏମଏ ସଭାପତି ବିକ୍ରମ ଗାନ୍ଧୋତ୍ରା, ମହାନିର୍ଦ୍ଦେଶକ ଶ୍ରୀମତୀ ଚାରୁ ମାଥୁର, ଆଇଇଇଏମଏ (ପୂର୍ବ) ଅଧ୍ୟକ୍ଷ ଉତ୍କର୍ଷ ବଂଶଲ ଓ ଉପ-ଅଧ୍ୟକ୍ଷ ପରାଗ ସରାଫଙ୍କ ସମେତ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande