
ଭୁବନେଶ୍ୱର, 05 ଅଗଷ୍ଟ (ହି.ସ.)- ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀରେ ତାଙ୍କୁ
ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ
ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କୁ ବିନମ୍ର
ଶ୍ରଦ୍ଧାଞ୍ଜଳି। ସେ ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍ ଏବଂ ସାହିତ୍ୟିକ ଥିଲେ। ସମାଜ ପ୍ରତି
ତାଙ୍କର ପ୍ରେରଣାଦାୟକ ଉତ୍ତରାଧିକାର ଓ ଅମୂଲ୍ୟ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା