ଖାଦ୍ୟ ସାମଗ୍ରୀରେ ଭେଜାଲ କାରବାର ଅଭିଯୋଗ
ୟପୁର, 05 ଅଗଷ୍ଟ (ହି.ସ.) - କୋରାପୁଟ ଜିଲାରେ ଖାଦ୍ୟ ସାମଗ୍ରୀରେ ଭେଜାଲ କାରାବାର । କୋରାପୁଟ ଜିଲାର ସେମିଳିଗୁଡା, କୋରାପୁଟ, ଜୟପୁର, ବୈପାରିଗୁଡା, କୋଟପାଡ, ଲମତାପୁଟ, ବୋରିଗୁମ୍ମା ରେ ଛୋଟ ଠାରୁ ବଡ ଯାଏ ସମସ୍ତେ ଏହି ଭେଜାଲ ସାମଗ୍ରୀ ଭାଇ ରୋଗ ଗ୍ରସ୍ତ ହୋଇଛନ୍ତି । ଏଥି ପ୍ରତି ରାଜ୍ୟ ସରକ
ଖାଦ୍ୟ ସାମଗ୍ରୀରେ ଭେଜାଲ କାରବାର


ୟପୁର, 05 ଅଗଷ୍ଟ (ହି.ସ.) - କୋରାପୁଟ ଜିଲାରେ ଖାଦ୍ୟ ସାମଗ୍ରୀରେ ଭେଜାଲ କାରାବାର । କୋରାପୁଟ ଜିଲାର ସେମିଳିଗୁଡା, କୋରାପୁଟ, ଜୟପୁର, ବୈପାରିଗୁଡା, କୋଟପାଡ, ଲମତାପୁଟ, ବୋରିଗୁମ୍ମା ରେ ଛୋଟ ଠାରୁ ବଡ ଯାଏ ସମସ୍ତେ ଏହି ଭେଜାଲ ସାମଗ୍ରୀ ଭାଇ ରୋଗ ଗ୍ରସ୍ତ ହୋଇଛନ୍ତି । ଏଥି ପ୍ରତି ରାଜ୍ୟ ସରକାର ଗୁରୁତ୍ୱଦେବା ଜରୁରୁ ହୋଇ ପଡିଛି । ସମସ୍ତ ଖାଦ୍ୟ ରେ ଭାଜେଲା ରହୁଛି । ଫଳରେ ସାଧାରଣ ଜନତା ଏହା ଜାଣିବା ମଧ୍ୟ କଷ୍ଟ କରି ହୋଇପଡିଛି । ଖାଦ୍ୟ ସାମଗ୍ରୀରେ ଭେଜାଲ କାରବାର ଜୀବନ ରକ୍ଷା ପାଇଁ ଖାଦ୍ୟ ଜରୁରି । ହେଲେ ଆଜିର ସମୟରେ ଏହି ଉକ୍ତିଟି ସମ୍ପୂର୍ଣ୍ଣ ବଦଳିବାକୁ ବସିଲାଣି । ପେଟ ପୋଷିବା ପାଇଁ ଖାଦ୍ୟ ଲୋଡ଼ା, ହେଲେ ସେହି ଖାଦ୍ୟ ଯଦି ଜୀବନ ନେବାକୁ ବସେ, ତେବେ ମଣିଷ ଯିବ କୁଆଡେ । ଆଜିକାଲି ବଜାରକୁ ଗଲେ ଏମିତି ପ୍ରଶ୍ନ ସବୁ ଖାଉଟିଙ୍କ ମନକୁ ଆସୁଛି । ଆଜି ଆମେ ଯେଉଁ ଥାଳିରେ ସ୍ୱାଦିଷ୍ଟ ଖାଦ୍ୟ ଖାଉଛେ, ତାହା ଶରୀରକୁ ଶକ୍ତି ଦେବା ବଦଳରେ ଧୀରେ ଧୀରେ ମୃତ୍ୟୁ ମୁଖକୁ ଠେଲି ଦେଉଛି । କହିବାକୁ ଗଲେ ଆମେ ଖାଦ୍ୟ ନାଁରେ ବିଷ ଗ୍ରହଣ କରୁଛେ । ସକାଳର ଜଳଖିଆ ଠାରୁ ଆରମ୍ଭ କରି ରାତ୍ରି ଭୋଜନ ପର୍ଯ୍ୟନ୍ତ ପ୍ରତିଟି ଜିନିଷରେ ଏବେ ଅପମିଶ୍ରଣ ଏବଂ କେମିକାଲର ଭେଜାଲ କାରବାର ଚାଲିଛି । ପନିପରିବାକୁ ଶୀଘ୍ର ବଡ଼ କରିବା ପାଇଁ ଏବଂ ଫଳକୁ ଶୀଘ୍ର ପାଚିବା ପାଇଁ ମାରାତ୍ମକ ‘ଅକ୍ସିଟାସିନ୍’ ଇଞ୍ଜେକସନ୍ ବ୍ୟବହାର କରାଯାଉଛି । ଏହା ଏକ ହରମୋନାଲ ଇଞ୍ଜେକସନ୍, ଯାହା ମଣିଷ ଶରୀର ପାଇଁ ବିପଜ୍ଜନକ । ଚମକଦାର ଦେଖାଯିବା ପାଇଁ ସେଓ ଉପରେ ମହମର ପ୍ରଲେପ ଏବଂ ସବୁଜ ପନିପରିବା ଉପରେ କୃତ୍ରିମ ରଙ୍ଗ ଦିଆଯାଉଛି । ଡିଟରଜେଣ୍ଟ, ୟୁରିଆ,ଷ୍ଟାର୍ଚ ଏବଂ ରିଫାଇନ୍ ତେଲ ମିଶାଇ ନକଲି କ୍ଷୀର ତିଆରି ହେଉଛି । ପନିର ଓ ଖୁଆରେ ମଧ୍ୟ ବ୍ୟାପକ ଭେଜାଲ ଦେଖିବାକୁ

ମିଳୁଛି । ସୋରିଷ ତେଲରେ ଶସ୍ତା ଆର୍ଜିମାନ ତେଲ ଏବଂ ଗୁଣ୍ଡ ମସଲାରେ କାଠ ଗୁଣ୍ଡ,ଇଟା ଗୁଣ୍ଡ ଓ କୃତ୍ରିମ ରଙ୍ଗର ତେଲ ବ୍ୟବହାର କରାଯାଉଛି । ଚିପ୍ସ, ମ୍ୟାଗି ଏବଂ ହୋଟେଲ ଖାଦ୍ୟରେ ଅତ୍ୟଧିକ ମାତ୍ରାରେ ଅଜିନାମାଟା, ପ୍ରିଜରଭେଟିଭ ଏବଂ ସୋଡିୟମ ବ୍ୟବହାର କରାଯାଉଛି ଯାହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ । ଅଜିନାମାଟା ଯାହା ମସ୍ତିଷ୍କର କୋଷଗୁଡିକୁ ଦୁର୍ବଳ କରିଥାଏ । ଉଚ୍ଚ ସୋଡିୟମ ଏବଂ ଟ୍ରାନ୍ସଫ୍ୟାଟ୍ ରକ୍ତ ଚାପ ବଢାଇବା ସହିତ ଧମନୀରେ ଦୂଷିତ କୋଲେଷ୍ଟ୍ରଲ ଜମା କରି ହାର୍ଟ ଆଟାକର ହୃଦ୍ଘାତର କାରଣ ସାଜେ । ଏହି କେମିକାଲ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମଣିଷ ବିଭିନ୍ନ ମାରାତ୍ମକ ରୋଗର ଶିକାର ହେଉଛି । ଆଜିର ଯୁବପିଢି ଓ ଛୋଟ ପିଲାମାନେ କ୍ୟାନ୍ସର, କିଡ୍ନୀ ଜନିତ ରୋଗ, ହୃଦ୍ଘାତ, ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ହେଉଛନ୍ତି । ଗତ ଓଡ଼ିଶା ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ ସରକାରୀ ରିପୋର୍ଟ ଅନୁସାରେ, ୨୯ଟି ଜିଲ୍ଳାରୁ ସଂଗ୍ରହ କରାଯାଇଥିବା ଖାଦ୍ୟ ନମୁନାରେ ବ୍ୟାପକ ଅପମିଶ୍ରଣ ଦେଖିବାକୁ ମିଳିଛି । ସାଧାରଣ ଜନତାଙ୍କ ଅଭିଯୋଗ ହେଉଛି ଯେ ଖାଦ୍ୟ ସୁରକ୍ଷା ବିଭାଗ ଅଭିଯୋଗ ପାଇ ଚଢ଼ଉ କରି ନକଲି କାରଖାନା ସିଲ୍ କରୁଛି । କିନ୍ତୁ କଡ଼ା ଆଇନ ନ ଥିବାରୁ ଅପରାଧୀମାନେ ଅଳ୍ପ ଜରିମାନା ଦେଇ ପାର୍ ହୋଇଯାଉଛନ୍ତି । ଏଥିପାଇଁ ଅପମିଶ୍ରଣକାରୀଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଏବଂ ଆଜୀବନ କାରାଦଣ୍ଡ ଭଳି କଠୋର ଆଇନ ପ୍ରଣୟନ ହେଲେ ଏହାକୁ ରୋକାଯାଇ ପାରିବ ବୋଲି ବୁଦ୍ଧୀ ଜୀବି ମହଲରେ ମତ ପ୍ରକାଶ ପାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande