
ଭୁବନେଶ୍ୱର, 05 ଅଗଷ୍ଟ (ହି.ସ.)- ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସିଏମଓର କିରାଣିଙ୍କ ଘରେ
କ୍ରାଇମ ବ୍ରାଞ୍ଚ ଘଟଣାରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି| ସେ କହିଛନ୍ତି ଯେ, ନିଜ ଦୋଷକୁ ଲୁଚାଇବା ପାଇଁ ସରକାର
ଏ ଫାଇଲ ଚୋରି ନାଟକ କରୁଛନ୍ତି |ଦୁଇ ବର୍ଷ ପରେ
ତାଙ୍କ ଫାଇଲ ଚୋରି ହେଇଗଲା |ଗୃହ ବିଭାଗ ଓ ଆଇନ
ବିଭାଗରେ କପି ଥିବ |ସବୁଆଡୁ କେମିତି
ଉଡ଼ିଗଲା |ବିଭିନ୍ନ ଭୁଲ କରିଛନ୍ତି ସରକାର ଏହାକୁ ଲୁଚେଇବା ପାଇଁ
ଏ ନାଟକ |ବିଜେଡିକୁ ବଦନାମ ପାଇଁ ମିଛ ନାଟକ ରଚାଯାଇଛି |ଏଥିରେ ସେ ସଫଳ ହେବେନାହିଁ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା