
ଭୁବନେଶ୍ୱର, ୦୫ ଅଗଷ୍ଟ (ହି.ସ.) - ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ବୁଧବାର ଦିନ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ବନ୍ୟା ପରବର୍ତୀ ସ୍ଥିତି ଓ ପ୍ରଶାସନିକ ପଦକ୍ଷେପର ସମୀକ୍ଷା କରିଛନ୍ତି। ପ୍ରଭାବିତ ଅଂଚରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା, ଲୋକଙ୍କ ଜୀବନଜୀବିକାର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ତୃଣମୂଳସ୍ତରରେ ସହାୟତା ବ୍ୟବସ୍ଥାକୁ ଆହୁରି ତ୍ୱରାନ୍ୱିତ କରିବା ନେଇ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ। ଏହା ବ୍ୟତୀତ ଶ୍ରୀମତୀ ପରିଡା ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ ବିଭିନ୍ନ ବନ୍ୟା ପ୍ଲାବିତ ଅଂଚଳ ପରିଦର୍ଶନ କରିବା ସହ ବନ୍ୟା ବିପନ୍ନ ଲୋକଙ୍କ ସହ ଆଲୋଚନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା