
ଭୁବନେଶ୍ୱର, 05 ଅଗଷ୍ଟ (ହି.ସ.)- ଜମ୍ମୁ କଶ୍ମୀରରୁ ଧାରା ୩୭୦ ଏବଂ ୩୫ଏଉଚ୍ଛେଦର 7ବର୍ଷ
ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅଭିନନ୍ଦନ
ଜଣାଇଛନ୍ତି ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ୨୦୧୯ ଅଗଷ୍ଟ
୫ ତାରିଖ - ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟ। ଜମ୍ମୁ-କାଶ୍ମୀରରୁ ବିବାଦୀୟ
ଧାରା ୩୭୦ ଏବଂ ୩୫ଏଉଚ୍ଛେଦ ହୋଇ ‘ଏକ
ଭାରତ, ଶ୍ରେଷ୍ଠ ଭାରତ’ର
ସଂକଳ୍ପ ସାକାର ହୋଇଥିଲା।
ଆଜି ଏହି ଐତିହାସିକ ନିର୍ଣ୍ଣୟର ୭ ବର୍ଷ ପୂର୍ତ୍ତି ଅବସରରେ ସମସ୍ତ
ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଏବଂ
ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଜୀଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ ଆଜି ଜମ୍ମୁ-କାଶ୍ମୀରରେ ଶାନ୍ତି, ପ୍ରଗତି ଓ ବିକାଶର
ନୂତନ ଯୁଗ ଆରମ୍ଭ ହୋଇପାରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା