
ଝାରସୁଗୁଡ଼ା, ୦୬, ଅଗଷ୍ଟ (ହି.ସ.) :ଝାରସୁଗୁଡ଼ା ବ୍ୟାଡମିଂଟନ୍ ଆସୋସିଏସନ୍ ଆନୁକୂଲ୍ୟରେ ସ୍ଥାନୀୟ ମଙ୍ଗଳ ବଜାରସ୍ଥିତ ସ୍ପୋର୍ଟସ କମ୍ପେ୍ଲକ୍ସଠାରେ ‘୬ଷ୍ଠ ଝାରସୁଗୁଡ଼ା ଜିଲ୍ଲା ବ୍ୟାଡମିଂଟନ୍ ଚାମ୍ପିୟନସିପ୍-୨୦୨୬’ ଆଜିଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି। ଏହି ଆଂଚଳିକ କ୍ରୀଡ଼ା ମହୋତ୍ସବର ଉଦଘାଟନୀ ସମାରୋହରେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଆସନ୍ତା ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ୪ ଦିନିଆ ଚାମ୍ପିୟନସିପ୍ରେ ୯ ବର୍ଷରୁ କମ୍ (ଟ-୯) ବୟସ୍କ ଶିଶୁଙ୍କଠାରୁ ଆରମ୍ଭ କରି ୬୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ପର୍ଯ୍ୟନ୍ତ ବିଭିନ୍ନ ବୟସ ବର୍ଗର ପ୍ରତିଯୋଗୀମାନେ ଭାଗ ନେଇଛନ୍ତି। ଚଳିତ ବର୍ଷ ମୋଟ ୨୨ଟି ଭିନ୍ନ ଭିନ୍ନ ଇଭେଂଟରେ ୩୫୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଛନ୍ତି।ଆଗାମୀ ଅଗଷ୍ଟ ୯ ତାରିଖରେ ଏହି ଚାମ୍ପିୟନସିପ୍ର ଉଦ୍ଯାପନୀ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ