ନିଶା ମୁକ୍ତ କନ୍ଧମାଳ ଲକ୍ଷ୍ୟ ରଖି “ନିଶା ହଟାଓ ଜୀବନ ବଂଚାଓ” ଅଭିଯାନ
Anti Doug Awerness program by Swati in KANDHAMAL
ଫୋଟ


କନ୍ଧମାଳ , ୦୬ ଅଗଷ୍ଟ (ହି.ସ.) ଭାରତ ସରକାରଙ୍କ ନିଶାମୁକ୍ତି ଅଭିଯାନ ପରିପ୍ରେକ୍ଷୀରେ ଟିକାବାଲି ବ୍ଲକ୍ କୁ ନିଶାମୁକ୍ତ କରିବା ଲକ୍ଷରଖି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ପାବୁରିଆ ଅଂଚଳରୁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ହରିଶଙ୍କର ରାଉତ ଯୋଗଦେଇ ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରି ମାନଙ୍କୁ ନିଶା ମୁକ୍ତ ଟିକାବାଲି ସହିତ କନ୍ଧମାଳ ଜିଲ୍ଲାରୁ ନିଶା ହଟାଇବା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ବିଶେଷ କରି ବୟଷ୍କ, ଯୁବପିଢି ଏବଂ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର/ଛାତ୍ରୀ ମାନଙ୍କୁ ପ୍ରଧାନ୍ୟ ଦେଇ ସଚେତନତା କୁ ଆଗକୁ ବଢାଇବା ପାଇଁ ସମସ୍ତେ ଶପଥ ନେଇଥିଲେ । ଆଜିର ସମୟରେ ଯୁବକ ଏବଂ ଛୋଟ ପିଲାମାନେ ବିଭିନ୍ନ ନିଶା ସାମଗ୍ରୀ ବ୍ୟବହାର କରି ନିଶାଯୁକ୍ତ ହୋଇ ବିଭିନ୍ନ ଅସାମାଜିକ କର୍ଯ୍ୟରେ ଲିପ୍ତ ରହୁଛନ୍ତି ତାହା ସମାଜ ପାଇଁ ମୁଣ୍ଡବ୍ୟଥା ର କାରଣ ପାଲଟିଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଏଥିସହିତ ନିଶା ସେବନ ମଧ୍ୟ ବିଭିନ୍ନ ରୋଗର କାରଣ ବୋଲି କୁହାଯାଇଥିଲା । ଏଣୁ ସଚେତନତା, ପ୍ରଚାରପତ୍ର ବଂଟନ ଓ ବୈଠକ ମାଧ୍ୟମରେ ଜନସଚେତନତା ସୃଷ୍ଟି କରିବା ହେଉଛି ଆମର ଲକ୍ଷ ବୋଲି ସମ୍ପାଦକ ମତ ବ୍ୟକ୍ତ କରିଥିଲେ । ଏଥି ନିମନ୍ତେ ନିଶା ହଟାଓ ଜୀବନ ବଂଚାଓ ଅଭିଜାନ ଜିଲ୍ଲା ବ୍ୟପି କାର୍ଯ୍ୟକାରି କରିବା ନିମନ୍ତେ ନିଷ୍ପତି ନେଇ ଆଜି ଠାରୁ ଆରମ୍ଭ କରାଯାଇଛି । ନିଶା ର ବ୍ୟବହାର କମିଲେ ଦେଶରୁ ଅରାଯକତା ନିଶ୍ଚିତ ରୁପେ ଲୋପ ପାଇପାରିବ ବୋଲି ଉପସ୍ଥିତ କର୍ମଚାରି ମାନେ ମତ ବ୍ୟକ୍ତ କରିଥିଲେ । ଆହୁରି ମଧ୍ୟ ନିଶା ସେବନ ଦ୍ୱାରା ପାରିବାରିକ ହିଂଶା ବୃଦ୍ଧି ପାଇବା ସହିତ ମହିଳା ହିଂଶା ମଧ୍ୟ ବଢୁଥିବାର ଲକ୍ଷ କରାଯାଉଛି । ଏହିପରି ଘଟୁଥିବା ବିଭିନ୍ନ ହିଂଶାତ୍ମକ କର୍ଯ୍ୟକଳାପ କୁ କୁ ରୋକିବାକୁ ହେଲେ ଅଧିକ ସଚେତନତା ଯେପରିକି ଏହା ବ୍ୟବହାର ର କୁପରିଣାମ ଓ ନକରାତ୍ମକ ପ୍ରଭାବ ବିଷୟରେ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରି ପାରିଲେ ନିଶ୍ଚିତ ରୂପେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା । ଏହି “ନିଶାମୁକ୍ତ କନ୍ଧମାଳ ଅଭିଜାନ” କୁ କିପରି ସଫଳ ରୁପାୟନ କରାଯାଇ ପାରିବ ଏବଂ ବିଭିନ୍ନ ଅପହଂଚ ଅଂଚଳରେ ସୂଚନା ପହଂଚି ପରିବ ସେ ଦିଗରେ ଯତ୍ନବାନ ହେବା ପାଇଁ ସମସ୍ତ ଉପସ୍ଥିତ ସଦସ୍ୟ/ସଦସ୍ୟା ମାନେ ସହମତି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ବିଭିନ୍ନ ପ୍ରକଳ୍ପର ବହୁ ବରିଷ୍ଠ କର୍ମୀ ମାନେ ଯୋଗ ଦେଇଥିବା ବେଳେ ଗିରିଶ ଚନ୍ଦ୍ର ସାମଲ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande