ବିଦ୍ୟାଳୟରେ ଅସୁସ୍ଥ, ଡାକ୍ତରଖାନାରେ ମୃତ ଛାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନ, ଅଗଷ୍ଟ ୬ (ହି.ସ.) - ଢ଼େଙ୍କାନାଳ ଜିଲ୍ଲା ଭୁବନ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟରେ ବୁଧବାର ମଧ୍ୟାହ୍ନ ଭୋଜନ ପରେ ଜନୈକ ଅଷ୍ଟମ ଶ୍ରେଣୀ ଛାତ୍ର ହଠାତ ଅସୁସ୍ଥ ହୋଇ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ। ଗୁରୁବାର ତାଙ୍କ ପାର୍ôଥବ ଶରୀର ବିଦ୍ୟାଳୟକୁ ଅଣାଯାଇ ଶୋକ ପାଳନ କରାଯିବା ସହିତ ଶ୍ରଦ୍ଧାଞ୍ଜ
ସହର ପରିକ୍ରମା


ଶ୍ରଦ୍ଧାଞ୍ଜଳି


ଭୁବନ, ଅଗଷ୍ଟ ୬ (ହି.ସ.) - ଢ଼େଙ୍କାନାଳ ଜିଲ୍ଲା ଭୁବନ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟରେ ବୁଧବାର ମଧ୍ୟାହ୍ନ ଭୋଜନ ପରେ ଜନୈକ ଅଷ୍ଟମ ଶ୍ରେଣୀ ଛାତ୍ର ହଠାତ ଅସୁସ୍ଥ ହୋଇ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ। ଗୁରୁବାର ତାଙ୍କ ପାର୍ôଥବ ଶରୀର ବିଦ୍ୟାଳୟକୁ ଅଣାଯାଇ ଶୋକ ପାଳନ କରାଯିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଓ ଶବାଧାରରେ ଛାତ୍ରଛାତ୍ରୀ ମାନେ ସାମିଲ ହୋଇ ସହର ପରିକ୍ରମା କରିଥିଲେ । ପ୍ରାପ୍ତ ସୂଚନାନୁଯାୟୀ ଭୁବନ ଏନ୍ ଏ ସି ଅନ୍ତର୍ଗତ ୧୨ ନମ୍ବର ୱାର୍ଡର ପବିତ୍ର ସାଥୁଆ ମହାପାତ୍ର ଙ୍କ ପୁଅ ମଙ୍ଗରାଜ (୧୩) ଭୁବନ ଉଚ୍ଚ ବିଦ୍ୟାଳୟ ରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ବୁଧବାର ମଧ୍ୟାହ୍ନ ଭୋଜନ ପରେ ସେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଇନ୍ଦ୍ରଜିତ ମଲ୍ଲିକ ଓ କର୍ମଚାରୀ ମାନେ ତାଙ୍କୁ ତୁରନ୍ତ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁ, ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ଜ୍ୟୋତିରୂପା ଶତପଥୀ, ଗୋଷ୍ଠୀ ଶିକ୍ଷାଧିକାରୀ ଆକାଂକ୍ଷିତା ପ୍ରିୟଦର୍ଶନୀ ପହଂଚି ଘଟଣାର ତଦନ୍ତ କରି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣା ପଡିବ ବୋଲି କହିଥିଲେ । ଗୁରୁବାର ସକାଳେ ଶବ ବ୍ୟବଚ୍ଛେଦ କରାଯାଇ ତାଙ୍କ ପାର୍ôଥବ ଶରୀରକୁ ଉଚ୍ଚ ବିଦ୍ୟାଳୟ ପରିସରକୁ ଅଣାଯାଇଥିଲା । ସେଠାରେ ବିଧାୟକ ଶତ୍ରୁଘ୍ନ ଜେନାଙ୍କ ସମେତ ବିଦ୍ୟାଳୟ ଶିକ୍ଷକ,ଶିକ୍ଷୟିତ୍ରୀ, ଛାତ୍ର ଓ ପରିଚାଳନା କମିଟି ସଦସ୍ୟ ମାନେ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ବିଦ୍ୟାଳୟ ତରଫରୁ ଶବ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା । ପ୍ରକାଶଥାଉ କି ବାତ ରୋଗରେ ଉକ୍ତ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ଭୁବନ ଥାନାରେ କେସ ନଂ ୧୫/୨୦୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande