
ପୁରୀ, ୬ ଅଗଷ୍ଟ (ହି.ସ.)- ପୁରୀ ମହାନଗର ନିଗମ ଅନ୍ତର୍ଗତ ବଳଗଣ୍ଡି ରାୟବାହାଦୁର ଲେନ ନିବାସି ବ୍ରହ୍ମାନନ୍ଦ ସ୍ବାଇଁଙ୍କ ୯୬ ବର୍ଷ ବୟସରେ ପରଲୋକ ଘଟିଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ପାଟଳଦା ଗ୍ରାମରେ ଜନ୍ମଗ୍ରହଣ କରି ପୁରୀ କଲେକ୍ଟରିଏଟ ମୁଖ୍ଯ କିରାଣି ଭାବେ ଅବସର ଗ୍ରହଣ କରିଥିଲେ । ତାଙ୍କର ବଡବାପା ସ୍ବର୍ଗତ ପୂର୍ଣ୍ଣାନନ୍ଦ ସ୍ବାଇଁ ସ୍ବାଧୀନତା ସଂଗ୍ରାମୀ ଥିଲେ । ସ୍ବର୍ଗତ ଅନିରୁଦ୍ଧ ସ୍ବାଇଁଙ୍କ ତୃତୀୟ ପୁତ୍ର ବ୍ରହ୍ମାନନ୍ଦ ଜଣେ ଆମୟିକ ବ୍ଯକ୍ତି ଥିଲେ । ସରକାରୀ ଚାକିରି ବ୍ଯତୀତ ଗାଁର ଉନ୍ନତି ପାଇଁ କାର୍ଯ୍ଯ ଓ ପରାମର୍ଶ ଦେଉଥିଲେ । ପୁରୀରେ କାର୍ଯ୍ୟ କରୁଥିବା ସମୟରେ ଷ୍ଟାଫଙ୍କ ସହ ସୁସମ୍ପର୍କ ରଖି ସରକାରୀ କାର୍ଯ୍ଯ ଆଗେଇ ନେଇଥିଲେ ।
ତାଙ୍କ ବିୟୋଗରେ ବଳଗଣ୍ଡି ଅଞ୍ଚଳ ଓ ପାଟଳଦା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତ ବ୍ରହ୍ମାନନ୍ଦଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ତାଙ୍କ ଧର୍ମପତ୍ନୀ ପୌର୍ଣ୍ଣମାସୀ, ବଡପୁଅ ଅକ୍ଷୟ୍ କୁମାର ସ୍ବାଇଁ, ସାନପୁଅ ଅଭୟ କୁମାର ସ୍ବାଇଁ, କନ୍ଯା ଲକ୍ଷ୍ମୀପ୍ରିୟା ବର୍ମା, ସୁଲେନ, ସ୍ବାଗତ, ଜ୍ଯୋସ୍ନାରାଣୀ, ଜ୍ଵାଇଁ, ବନ୍ଧୁବାନ୍ଧବ, ଆତ୍ମୀୟସ୍ବଜନ ଓ ଅଞ୍ଚଳବାସୀ ତାଙ୍କ ଶେଷ ଦର୍ଶନ କରିବା ସହ ସ୍ବର୍ଗଦ୍ବାରରେ ଉପସ୍ଥିତ ଥିଲେ । ତାଙ୍କ ମରଶରୀର ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ ହେବା ସହ ବଡପୁଅ ଅକ୍ଷୟ ମୁଖାଗ୍ନି ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ