କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ମିଳିତ ବୈଠକ
କେନ୍ଦ୍ରାପଡ଼ା, ୬ ଅଗଷ୍ଟ (ହି.ସ.)- କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନମାନେ, ସ୍ୱାଧୀନ ଫେଡେରେସନ୍ ଓ ଆସୋସିଏସନ ମାନେ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚାର ଏକ ଜିଲ୍ଲା ସ୍ତରୀୟ ମିଳିତ ବୈଠକ ୫ ଅଗଷ୍ଟରେ କେନ୍ଦ୍ରାପଡା ଖଡ଼ିଅଙ୍ଗସ୍ଥିତ ସିଆଇଟିୟୁ କାର୍ଯ୍ୟ।ଳୟରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବର୍ତ୍ତମାନ ଦେଶର
କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ମଳିତ ବୈଠକ


କେନ୍ଦ୍ରାପଡ଼ା, ୬ ଅଗଷ୍ଟ (ହି.ସ.)- କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନମାନେ, ସ୍ୱାଧୀନ ଫେଡେରେସନ୍ ଓ ଆସୋସିଏସନ ମାନେ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚାର ଏକ ଜିଲ୍ଲା ସ୍ତରୀୟ ମିଳିତ ବୈଠକ ୫ ଅଗଷ୍ଟରେ କେନ୍ଦ୍ରାପଡା ଖଡ଼ିଅଙ୍ଗସ୍ଥିତ ସିଆଇଟିୟୁ କାର୍ଯ୍ୟ।ଳୟରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବର୍ତ୍ତମାନ ଦେଶର ଶ୍ରମିକ, କୃଷକ, କୃଷି ଶ୍ରମିକ ଏବଂ ସାଧାରଣ ଜନତାଙ୍କ ଉପରେ କେନ୍ଦ୍ର ସରକାରଙ୍କ ଜନବିରୋଧୀ ଓ କର୍ପୋରେଟ୍ ସପକ୍ଷପାତୀ ନୀତିର ପ୍ରଭାବ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେହିପରି ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ କନଭେନସନରେ ଗୃହୀତ ଘୋଷଣାପତ୍ର ଓ ନିଷ୍ପତ୍ତିଗୁଡ଼ିକ ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ଦ୍ରବ୍ୟମୂଲ୍ୟ ବୃଦ୍ଧି, ବେରୋଜଗାରୀ, ସରକାରୀ କ୍ଷେତ୍ରର ବେସରକାରୀ କରଣ, ଶ୍ରମ ଆଇନକୁ ଦୁର୍ବଳ କରିବା, କୃଷି କ୍ଷେତ୍ରରେ କର୍ପୋରେଟ୍ ହସ୍ତକ୍ଷେପ, କୃଷକମାନଙ୍କୁ ଲାଭଜନକ ମୂଲ୍ୟ ପ୍ରଦାନରେ ସରକାରଙ୍କ ବିଫଳତା, ସାମାଜିକ ସୁରକ୍ଷା ଯୋଜନାରେ କଟକଣା ଏବଂ ଜନବିରୋଧୀ ଆର୍ଥିକ ନୀତି ବିରୋଧରେ ୧୦ ଅଗଷ୍ଟ ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ଦେଶବ୍ୟାପୀ ଆନ୍ଦୋଳନକୁ ସର୍ବାତ୍ମକ ସଫଳ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଅଫିସି ସମ୍ମୁଖରେ ଆଇନ ଆମାନ୍ୟ ଆନ୍ଦୋଳନ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜିଲ୍ଲାର ଶ୍ରମିକ, କୃଷକ, କୃଷି ଶ୍ରମିକ, କର୍ମଚାରୀ, ମହିଳା, ଯୁବକ, ଛାତ୍ର ଓ ଦଳିତ ସଂଗଠନ ସମେତ ସମସ୍ତ ପ୍ରଗତିଶୀଳ, ଗଣତାନ୍ତ୍ରିକ ରାଜନୈତିକ ଦଳ ଓ ଗଣତାନ୍ତ୍ରିକ ଶକ୍ତିଙ୍କୁ ଏହି ମିଳିତ ସଂଗ୍ରାମରେ ସକ୍ରିୟ ଭାବେ ସାମିଲ ହୋଇ ୧୦ ଅଗଷ୍ଟର ଦେଶବ୍ୟାପୀ ଆନ୍ଦୋଳନକୁ ସର୍ବାତ୍ମକ ସଫଳ କରିବା ପାଇଁ ଏହି ବୈଠକରେ ନିବେଦନ କରାଯାଇଛି।

ଆଇ ଏନଟିୟୁସି ଜିଲ୍ଲା ସଭାପତି ମୁକ୍ତାର ଖାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସିଆଇଟିୟୁ ପକ୍ଷରୁ ଜଗତଜୀବନ ଦାଶ,ମାଧବ ଦାସ, ଆଇଏନଟିୟୁସି ପକ୍ଷରୁ ଫକୀର ଖଟୁଆ,ବସନ୍ତ ସେଠି, ଏଆଇଟିୟୁସି ପକ୍ଷରୁ ରମଣି ରଂଜନ ରାଉତରାୟ,ବାବାଜୀ ଧଳ, ଏଚଏମ୍ଏସ ପକ୍ଷରୁ ତ୍ରିଲୋଚନ ଦାସ, କଳିଙ୍ଗ ଭାରତ ଶ୍ରମିକ ସଂଗଠନ ପକ୍ଷରୁ ପ୍ରକାଶ ମହାନ୍ତି, ସଂଯୁକ୍ତ କିଷାନ ମୋର୍ଚା ଜିଲ୍ଲା ଆବାହକ ତଥା ଓଡିଶା କୃଷକ ସଭା ଜିଲ୍ଲା ସମ୍ପାଦକ ଗୟାଧର ଧଳ, ବିଜୟ ଦାସ, ଏଇଆଇକେଏସ ପକ୍ଷରୁ ଆଦିକନ୍ଦ ରାଉଳ, ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଦାସରଥୀ ସାହୁ, କର୍ମଚାରୀ ନେତା ନରୋତ୍ତମ ପାର୍ଥସରଥୀ, ସିପିଆଇଏମଏଲ ପକ୍ଷରୁ ଶ୍ରୀକାନ୍ତ ଲେଙ୍କା, ୟୁଟିୟୁସି ପକ୍ଷରୁ ଏଲିନା ସାମନ୍ତରାୟ ଓ ଅନ୍ୟମାନଙ୍କ ମଧ୍ୟରେ ନିରାକାର ସାହୁ, ବିନୟ ମଲ୍ଲିକ, ମାନଭଞ୍ଜନ ଶାଢଙ୍ଗୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande