
ଘଟଗାଁ ୦୬ ଅଗଷ୍ଟ (ହି.ସ.) - କ୍ରମାଗତ ଭାବେ କିଛି ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷାରେ ଗାଁ ଗଣ୍ଡାର ଚାଷ ଜମିଜଳମଗ୍ନ ହୋଇ ଅନେକ କ୍ଷୟ କ୍ଷତି ହୋଇଛି ଘଟଗାଁ ବ୍ଲକ ଅଂଚଳରେ । କେଉଁ ଚାଷୀରଜମି ନଷ୍ଟହୋଇଛି ତ କେଉଁଠି ତଳି ରୋଇ ହୋଇ ଥିବା ଜମି ଧୋଇ ହୋଇ ଯାଇଥିଲେସୁଦ୍ଧା କ୍ଷୟ କ୍ଷତି ଆକଳନ କରିବାକୁ ବିଭାଗୀୟ ଅଧିକାରୀ ନପହଂଚିବା ଏପରି ଏକ ଅଭିଯୋଗ ଆଣି ଛନ୍ତି ଘଟଗାଁ ବ୍ଲକର ହଳଧର ପୁର ଗ୍ରାମବାସୀ ।
ଅଭିଯୋଗ ଅନୁ ଯାଇ କୁକୁର କଟା ନଦୀର ପାଣି ଚାଷ ଜମିକୁ ମାଡି ଆସି ତଳି ରୋଇ ଥିବା ଜମି ଧୋଇ ହୋଇ ବାଲିଚର ହୋଇଛିଫଳରେ ଗ୍ରାମର ରଞ୍ଜନ ସାହୁ ନିର୍ମଳ ସାହୁ ଲିଙ୍ଗରାଜ ସାହୁ ଶୈଳେନ୍ଦ୍ର ସାହୁ ଗୋପବନ୍ଧୁ ରଣା ପ୍ରମୁଖ ଭାଷୀଙ୍କଏକର ଏକର ଜମି ନଷ୍ଟ ହୋଇଛି ।
ଲଘୁଚାପ ଚାପ ଜନିତ ବର୍ଷା ପାଣିରେ କ୍ଷୟ କ୍ଷତି ହୋଇ ଥିବା ଚାଷ ଜମି ସହିତ ଜନ ଜୀ୍ୱନ ବ୍ୟାହତ ହୋଇ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଭାଗୀୟ ପ୍ରଶାସନ ର ଦେଖା ନମିଳିବାଦୁର୍ଭାଗ୍ୟ ଜନକ । ଚାଷୀ ଋଣ କରଜକରି ଚାଷ କାମ ସାରି ଥିଲେ ସୁଦ୍ଧା ବର୍ଷାରେ ଧୋଇ ହୋଇ ଯିବା ଫଳରେ ଚାଷୀର ସମସ୍ତ ସ୍ୱପ୍ନମଉଳି ଯାଇ ମୁଣ୍ଡରେ ଏବେ ଚିନ୍ତା ଯେ ଋଣ କରଜ ସୁଝିବେ କେମିତି ଏଣୁ ଜିଲ୍ଲାପାଳ ଓ ନିଭାଗୀୟ କୃଷି ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ବିହିତ ପଦକ୍ଷପ ନେବାକୁ ଅଂଚଳବାସୀ ଦାବି କରି ଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ