ଦେଶି ମଦ ଚାଲାଣ ବେଳେ ଚଢଉ, ୨ ଗିରଫ
ଜୟପୁର, ୬ ଅଗଷ୍ଟ (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢଉ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ରାଣିପୁଟର ହରି ହରିଜନ, କୁନ୍ଦୁରା ଥାନା ଅନ୍ତର୍ଗତ ପଣସଗୁଡାର କରପୁଲ ହରିଜନ । ରାଣିପୁଟର ହରି ହରିଜନ ଏକ ବାଇକରେ ଦେଶି ମଦ ଚାଲାଣ
ଦେଶି ମଦ ଚାଲାଣ ବେଳେ ଚଢାଉ, ୨ ଗିରଫ


ଜୟପୁର, ୬ ଅଗଷ୍ଟ (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢଉ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ରାଣିପୁଟର ହରି ହରିଜନ, କୁନ୍ଦୁରା ଥାନା ଅନ୍ତର୍ଗତ ପଣସଗୁଡାର କରପୁଲ ହରିଜନ ।

ରାଣିପୁଟର ହରି ହରିଜନ ଏକ ବାଇକରେ ଦେଶି ମଦ ଚାଲାଣ କରୁଥିବା ସୂଚନା ପାଇ ଗୌଡଗୁଡା ଠାରେ ଚଢଉ କରାଯାଇଥିଲା । ଚଢଉ କରି ୨୦ ଲିଟର ଦେଶି ମଦ ସହ ବାଇକ କୁ ଜବତ କରାଯାଇଛି । ସେହିପରି କୁନ୍ଦୁରା ଥାନା ଅନ୍ତର୍ଗତ ପନଶଗୁଡା ଗ୍ରାମର କରପୁଲ ହରିଜନ ଦେଶି ମଦ ଚାଲାଣ କରୁଥିବା ସୂଚନା ପାଇ ବଡଜିଉନା ଗ୍ରାମ ରାସ୍ତାରେ ଚଢଉ କରିଥିଲା । ଚଢଉ କରି ୩୫ ଲିଟର ଦେଶି ମଦ ସହ ବାଇକ କୁ ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande