କେଶପୁର ପରିବା ଵଜାରରେ ଅଗ୍ନିକାଣ୍ଡ
ଗଞାମ, ୬ ଅଗଷ୍ଟ (ହି.ସ.)- ଗଞ୍ଜାମ ଜିଲ୍ଲାର କେଶପୁର ପରିବା ଵଜାରରେ ଆଜି ଭୋର୍ ୪ଟାରୁ ଅଗ୍ନିକାଣ୍ଡ ଘଟି ୪ଟି ଗୋଦାମ ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ପରିବା ଓ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଛି। ରାଜେନ୍ଦ୍ର ପାତ୍ରଙ୍କ ପରିଵା ଦୋକାନରେ ପ୍ରଥମେ ନିଆଁ ଲାଗିଥିଲା। ପରେ ଅନ୍ୟ ଦୋକାନକୁ ନିଆଁ ବ୍ୟାପ
କେଶପୁର ପରିବା ଵଜାରରେ ଅଗ୍ନିକାଣ୍ଡ


ଗଞାମ, ୬ ଅଗଷ୍ଟ (ହି.ସ.)- ଗଞ୍ଜାମ ଜିଲ୍ଲାର କେଶପୁର ପରିବା ଵଜାରରେ ଆଜି ଭୋର୍ ୪ଟାରୁ ଅଗ୍ନିକାଣ୍ଡ ଘଟି ୪ଟି ଗୋଦାମ ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ପରିବା ଓ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଛି। ରାଜେନ୍ଦ୍ର ପାତ୍ରଙ୍କ ପରିଵା ଦୋକାନରେ ପ୍ରଥମେ ନିଆଁ ଲାଗିଥିଲା। ପରେ ଅନ୍ୟ ଦୋକାନକୁ ନିଆଁ ବ୍ୟାପି ଥିଲା। ଖବର ପାଇ ଅଗ୍ନିଶମ ଵାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ କେହି ଦୁଵୃତ୍ତ ତାଙ୍କ ଦୋକାନରେ ପେଟ୍ରୋଲ ଢ଼ାଳି ଅଗ୍ନି ସଂଯୋଗ କରିଛନ୍ତି ବୋଲି ରାଜେନ୍ଦ୍ର ଅଭିଯୋଗ କରିବା ସହ କିଛି ଦିନ ତଳେ ତାଙ୍କର ଅନ୍ୟ ଏକ ଦୋକାନରେ ମଧ୍ୟ କେହି ନିଆଁ ଲଗାଇ ପୋଡି ଦେଇଥିବା କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande