
ଗଜପତି, ୬ ଅଗଷ୍ଟ (ହି.ସ.)- ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଲା ଲୁହାରଡ଼ ବୋଝେଇ ଏକ ୧୨ ଚକିଆ ଟ୍ରକ୍ । ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଭୀମଦଳି ଘାଟିରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଟ୍ରକ୍ ଚାଳକ ଆହତ ହୋଇଛନ୍ତି ।
ବ୍ରହ୍ମପୁରରୁ ରାୟଗଡ଼ା ଅଭିମୁଖେ ଯାଉଥିବା ଟ୍ରକ୍ ଟି ରାସ୍ତା ଉପରେ ଓଲଟି ପଡିବାରୁ ଲୁହାରଡ଼ ବଣ୍ଡଲ ଗୁଡିକ ରାସ୍ତା ଉପରେ ବିଛାଡି ହୋଇ ପଡିଛି । ଅବରୋଧ ହୋଇଛି ଜାତୀୟ ରାଜପଥ । ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ସଂଖ୍ୟାରେ ଯାନବାହନ ଅଟକି ରହିଛି । ସମ୍ପୃକ୍ତ ରୁଟ୍ ରେ ଯାତାୟାତ ପ୍ରଭାବିତ ହୋଇଛି । ଖବର ପାଇ ଅଡ଼ବା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ରାସ୍ତା ସଫା କରି ଯାତାୟାତ ସ୍ୱାଭାବିକ୍ କରିବାକୁ ପ୍ରୟାସ ଚଳାଇଛି । ଟ୍ରକ୍ ଟି ର ଏକ ଚକା ଫାଟିଯିବାରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ