
ଘଟଗାଁ, ୦୬ଅଗଷ୍ଟ (ହି.ସ)କେନ୍ଦୁଝର ଜିଲା ଘଟଗାଁ ଥାନା ଢେଂକିକୋଟ ଫାଣ୍ଡି ତୋରାଣି ପୋଖରୀ ପଂଚାୟତ ଖୁଦ ପୁଟୁଳି ଗ୍ରାମର ଯତୀନ୍ଦ୍ରମହନ୍ତ ଗୁଳିର ଶିକାର ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛ!
ପ୍ରକାଶ ଯେ ଖୁଦପୁଟୁଳି ଗ୍ରାମର ଯତୀନ୍ଦ୍ର ମହନ୍ତ (୫୯)ଙ୍କ ଘରେ ଗତ ୦୨ତାରିଖ ରାତି ପ୍ରାୟ ୧୧ଟା ସମୟରେ କିଛି ଦୁର୍ବତ ପଶି ଥିଲେ!ଘରେ ଥିବା ଯତୀନ୍ଦ୍ର ମହନ୍ତ ସେମାନଙ୍କୁ ଦେଖି ପ୍ରତିରୋଧ କରିବାରୁ ଦୁର୍ବୃତ୍ତ ମାନେ ଗୁଳି ଚଳାଇ ଫେରାର ହୋଇ ଯାଇଥିଲେ!ଗୁଳିଟି ଯତୀନ୍ଦ୍ର ପେଟରେ ବାଜିଥିଲା!ଗୁଳି ଶବ୍ଦ ଶୁଣି ପରିବାର ଲୋକେ ଉଠି ତତକ୍ଷଣାତ ଚିକିତ୍ସା ନିମନ୍ତେ କେନ୍ଦୁଝର ଡାକ୍ତରଖାନାକୁ ଓ ପରେ କଟକ ଏସସିବିକୁ ସ୍ଥାନାନ୍ତରିତ ହୋଇ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଘଟିଛି । ଅପର ପକ୍ଷେ ଘଟଗାଁ ପୁଲିସ ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା ଢେଂକିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାୟକ ଘଟଣାର ତଦନ୍ତ ଚଳାଇ ବିହାର ଝରାଖଣ୍ଡ ଅଂଚଳର କିଛି ଯୁବକଙ୍କୁ ସନ୍ଧେହରେ ଅଟକ ରଖି ତଦନ୍ତ ଜାରି ରଖି ଥିବା ନିର୍ଭର ଯୋଗ୍ୟ ସୂତ୍ରରୁ ଜଣାପଡିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ