ନୂଆପଡ଼ାରେ କ୍ଷୁଦ୍ର ଜଳସେଚନ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ
ନୂଆପଡ଼ା, ୬ ଅଗଷ୍ଟ (ହି.ସ.)- ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କ୍ଷୁଦ୍ର ଜଳସେଚନ ବିଭାଗର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଚନ୍ଦ୍ରଶେଖର ସେଠୀ ସୂଚନା ଦେଇ
Kshyudra jalasechan samiksha


ନୂଆପଡ଼ା, ୬ ଅଗଷ୍ଟ (ହି.ସ.)- ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କ୍ଷୁଦ୍ର ଜଳସେଚନ ବିଭାଗର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଚନ୍ଦ୍ରଶେଖର ସେଠୀ ସୂଚନା ଦେଇଥିଲେ ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ସହଜାତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର କେନାଲ ଲାଇନିଂ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଉଦ୍ଘାଟନକୁ ଅପେକ୍ଷା କରିଛି। ସେହିପରି କୋଦୋପାଲି ଡାଇଭର୍ସନ ପ୍ରକଳ୍ପର ଡିପିଆର୍ ପ୍ରସ୍ତୁତ ହୋଇଥିବାବେଳେ ଡିଆନମୁଣ୍ଡାର ସିଲଦା ନାଳା ଏବଂ ଝିଲିମିଲାର ସିରଟୋଲ ନାଳାରେ ଦୁଇଟି ନୂତନ ଚେକ୍ଡ୍ୟାମ୍ ନିର୍ମାଣ ପାଇଁ ଚୁକ୍ତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରହିଛି।

ଜିଲ୍ଲାପାଳ ଅଧିକ୍ଷଣ ଯନ୍ତ୍ରୀଙ୍କୁ ସମସ୍ତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ପୁନରୁଦ୍ଧାର ଆବଶ୍ୟକ ଥିବା ପ୍ରକଳ୍ପଗୁଡ଼ିକୁ ଚିହ୍ନଟ କରି ଶୀଘ୍ର ପ୍ରସ୍ତାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜଳସେଚନ ଭିତିଭୂମିକୁ ସୁଦୃଢ଼ କରି କୃଷକମାନଙ୍କୁ ଅଧିକ ସିଂଚନ ସୁବିଧା ଯୋଗାଇବା ଦିଗରେ କାର୍ଯ୍ୟରେ ଗତି ଆଣିବାକୁ ସେ ଗୁରୁତ୍ୱାରୋପ କରିଥିଲେ।

ଏହାଛଡ଼ା ବୈଠକରେ ବିଭିନ୍ନ ଯୋଜନା ଅଧିନରେ ଚାଲୁଥିବା ଚେକ୍ଡ୍ୟାମ୍, ଟ୍ୟାଙ୍କ୍ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଉନ୍ନତିକରଣ, କେନାଲ ନବୀକରଣ, ବୃହତ୍ ବନ୍ଧର ଉନ୍ନତିକରଣ ଓ ନୂତନ ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା।

କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟର କେନ୍ଦ୍ରୀୟ ନୋଡାଲ ଅଧିକାରୀ ଜି.ଭି. ପୃଥ୍ୱୀ ସାଗର, ଯିଏ ୫ରୁ ୭ ଅଗଷ୍ଟ ପର୍ଯ୍ୟନ୍ତ ଜିଲ୍ଲାରେ ବିଭିନ୍ନ ଜଳସେଚନ ପ୍ରକଳ୍ପ ପରିଦର୍ଶନରେ ଅଛନ୍ତି, ସେ ମଧ୍ୟ ବୈଠକରେ ଯୋଗଦେଇ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ମତାମତ ପ୍ରଦାନ କରିଥିଲେ।

ବୈଠକରେ କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଚନ୍ଦ୍ରଶେଖର ସେଠୀଙ୍କ ସମେତ ବିଭାଗର ଅନ୍ୟାନ୍ୟ ବୈଷୟିକ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande