
କେନ୍ଦ୍ରାପଡ଼ା, ୬ ଅଗଷ୍ଟ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଜମଧର ନିକଟରେ ଥିବା କଳିଙ୍ଗ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ମେଗା ସ୍ବାସ୍ଥ୍ୟ ସେବା ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ବର ବେହେରା ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପ୍ରତିବର୍ଷ ଏହି ମେଗା ସ୍ବାସ୍ଥ୍ୟ ଶିବିର ଅଞ୍ଚଳର ହଜାର ହଜାର ରୋଗୀ ମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଛି।
ଶିବିରରେ ଅଭିଜ୍ଞତା ଥିବା ପ୍ରଫେସର ମାନେ ସେବା ଯୋଗାଇ ଦେଇଥିଲେ। ମୁଖ୍ୟତଃ ୧୦ଟି ବିଭାଗର ଡାକ୍ତରମାନେ କଟକ, ଭୁବନେଶ୍ୱରରୁ ଆସି ରୋଗି ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ମାଗଣାରେ ଚିକିତ୍ସା କରିବା ସହ ମାଗଣା ଔଷଧ ଯୋଗାଇ ଦେଇଥିଲେ। ହସ୍ପିଟାଲର ପ୍ରତିଷ୍ଠାତାଙ୍କୁ ଅଞ୍ଚଳ ବାସୀ କୃତଜ୍ଞତା ଜ୍ଞାପନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି