ନନ୍ଦନକାନନ ରାସ୍ତାରେ ପ୍ରସ୍ତାବିତ ଫ୍ଲାଏଓଭର ପାଇଁ ହେବ ମାଟି ପରୀକ୍ଷା
ଭୁବନେଶ୍ୱର, ୦୬ ଅଗଷ୍ଟ (ହି.ସ) - ନନ୍ଦନକାନନ ରାସ୍ତାରେ ପ୍ରସ୍ତାବିତ ଫ୍ଲାଏଓଭର ପାଇଁ ମାଟି ପରୀକ୍ଷା ହେବ। ଆଇନ ତଥା ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ରାଜଧାନୀର ଭିଡ଼ ନିୟନ୍ତ୍ରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ବିଗତ ଦିନ ତୁଳନାରେ ଏବେ ଦୁଇଗୁଣା ଅଧ
prithiviraj harichandan


ଭୁବନେଶ୍ୱର, ୦୬ ଅଗଷ୍ଟ (ହି.ସ) - ନନ୍ଦନକାନନ ରାସ୍ତାରେ ପ୍ରସ୍ତାବିତ ଫ୍ଲାଏଓଭର ପାଇଁ ମାଟି ପରୀକ୍ଷା ହେବ। ଆଇନ ତଥା ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ରାଜଧାନୀର ଭିଡ଼ ନିୟନ୍ତ୍ରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ବିଗତ ଦିନ ତୁଳନାରେ ଏବେ ଦୁଇଗୁଣା ଅଧିକ ରାସ୍ତା ନିର୍ମାଣ ହେଉଛି। ନନ୍ଦନକାନନ ରାସ୍ତାରେ ଫ୍ଲାଏ ଓଭର ନିର୍ମାଣ ପ୍ରକଳ୍ପ କାମ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନା ଭୁବନେଶ୍ୱର ସହରକୁ ଡି-କନଜେଷ୍ଟ କରିବ ବୋଲି ମନ୍ତ୍ରୀ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande