
କେନ୍ଦୁଝର, ୦୬ ଅଗଷ୍ଟ(ହି.ସ.) – ଚାଲୁ ରହିଥିବା ସ୍ପେଶାଲ ଇଂଟେନସିଭ୍ ରିଭିଜନ(ଏସ୍ଆଇଆର୍)-୨୦୨୬ ମତଦାତା ତାଲିକା ସଂଶୋଧନ ସମ୍ପର୍କରେ ଗୁରୁବାର ପୂର୍ବାହ୍ନ ୧୧:୦୦ଟାରେ ୨୩-ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକଙ୍କ ଅଧ୍ୟକ୍ଷତାରେ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଫର୍ମ ୯, ୧୦, ୧୧, ୧୧ଏ ଏବଂ ୧୧ବିରେ ମିଳିଥିବା ସାପ୍ତାହିକ ଦାବି ଏବଂ ଆପତି ତାଲିକା ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ବ୍ୟକ୍ତିଗତ ଭାବେ ହସ୍ତାନ୍ତର କରାଯାଇଥିଲା। ଏହାସହିତ ପ୍ରତିନିଧିମାନଙ୍କୁ ଚାଲୁ ରହିଥିବା ସ୍ପେଶାଲ ଇଂଟେନସିଭ୍ ରିଭିଜନ(ଏସ୍ଆଇଆର୍)-୨୦୨୬ ପ୍ରକ୍ରିୟାର ସମୟସୀମା ବୃଦ୍ଧି ସମ୍ପର୍କରେ ଅବଗତ କରାଯାଇଥିଲା ଏବଂ ଏହି ସଂଶୋଧନ କାର୍ଯ୍ୟକୁ ସଫଳତାର ସହ ଶେଷ କରିବା ପାଇଁ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA