
ଗଞ୍ଜାମ, ୬ ଅଗଷ୍ଟ (ହି.ସ.)- ରାଷ୍ଟ୍ରପତିଙ୍କ ଵ୍ରହ୍ମପୁର ଗସ୍ତ ସମୟରେ ବ୍ରହ୍ମପୁର ରେଳଷ୍ଟେସନରେ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିବାକୁ ମନ୍ତ୍ରୀ, ସାଂସଦ ଓ ଅନ୍ଯାନ୍ଯ ରାଜନେତାଙ୍କୁ ଜିଲ୍ଲା ପ୍ରଶାସନ ନିମନ୍ତ୍ରଣ କରିଥିବା ବେଳେ ବ୍ରହ୍ମପୁର ମେୟରଙ୍କୁ ଉପେକ୍ଷା କରାଯାଇ ଥିବାରୁ ଵ୍ରହ୍ମପୁରର ବୁଦ୍ଧିଜୀବୀ ମହଲରେ ଏଥିପାଇଁ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଏନ୍. ଡମ୍ବରୁଧର ରେଡ୍ଡି ରାଷ୍ଟ୍ରପତି ଭବନକୁ ପତ୍ର ଲେଖି ଏହାର ପ୍ରତିଵାଦ କରିଵାସହ ଏ ସମ୍ପର୍କରେ ରାଷ୍ଟ୍ରପତି ଭବନରୁ ଏକ ସ୍ପଷ୍ଟୀକରଣ ଦେବାକୁ ସେ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ