ବର୍ଷାରେ ବି ରେଙ୍ଗାଳି ବାମ କେନାଲରେ ପାଣି ଆସୁନି, କାର୍ଯ୍ୟlଳୟ ଘେରାଉ ପାଇଁ ଚାଷୀଙ୍କ ଧମକ
ଭୁବନ, ୬ ଅଗଷ୍ଟ (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ଦେଇ ଯାଇଥିବା ରେଙ୍ଗାଳି ବାମ କେନାଲରେ ଲଗାଣ ବର୍ଷାରେ ବି ପାଣି ଆସୁନି । ଜିରୋ ପଏଣ୍ଟରୁ ଆରମ୍ଭ ହୋଇଥିବା ଶାଖା କେନାଲ ଓ ସବ ମାଇନର କେନାଲ ନିୟମିତ ଭାବେ ଘାସ ସଫା ହେଉ ନଥିବାରୁ ଦମଶାଲ ଫାର୍ମ ଠାରୁ ମଠ ଖୋକସା ପର୍ଯ୍ୟନ୍ତ ଅନେକ ସ୍ଥାନରେ ବାଲି
ଚାଷୀ ନେତା


ରେଙ୍ଗାଳି କେନାଲ


ଭୁବନ, ୬ ଅଗଷ୍ଟ (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ଦେଇ ଯାଇଥିବା ରେଙ୍ଗାଳି ବାମ କେନାଲରେ ଲଗାଣ ବର୍ଷାରେ ବି ପାଣି ଆସୁନି । ଜିରୋ ପଏଣ୍ଟରୁ ଆରମ୍ଭ ହୋଇଥିବା ଶାଖା କେନାଲ ଓ ସବ ମାଇନର କେନାଲ ନିୟମିତ ଭାବେ ଘାସ ସଫା ହେଉ ନଥିବାରୁ ଦମଶାଲ ଫାର୍ମ ଠାରୁ ମଠ ଖୋକସା ପର୍ଯ୍ୟନ୍ତ ଅନେକ ସ୍ଥାନରେ ବାଲିଚର ଓ ବ୍ଲକେଜ୍ ହୋଇଯିବା ସହ ବୃକ୍ଷଲତା ମାଡ଼ି ଗଲାଣି ଓ କେନାଲ ଭାଙ୍ଗିରୁଜି ଗଲାଣି। ଫଳରେ ତଳ ମୁଣ୍ଡରେ ପାଣି ପହଞ୍ଚି ପାରୁନାହିଁ । ଏଥିପାଇଁ ମଠ ଖୋକସା ଚାଷୀ ମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରତିବର୍ଷ ଘାସ ଚଞ୍ଛା ଓ ମାଟି ଉଠା ବାବଦରେ କାଗଜ କଲମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବାସ୍ତବରେ କିଛି କାର୍ଯ୍ୟ ହେଉନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଗତ ସପ୍ତାହରେ ଚାଷୀମାନେ ଗଣମାଧ୍ୟମ ଜରିଆରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଥିଲେ। କୌଣସି ସୁଫଳ ନମିଳିବାରୁ ଖୋକସା ପାଣି ପଞ୍ଚାୟତର ଶତାଧିକ ଚାଷୀଙ୍କ ସ୍ୱାକ୍ଷର ଥିବା ଦାବିପତ୍ରକୁ ଚାଷୀନେତା ବିନୟ କୁମାର ପଟ୍ଟନାୟକ ଓ ନୃସିଂହ ଚରଣ ନାୟକ ରେଙ୍ଗାଳି ବାମ କେନାଲ ବିଭାଜନ ୪ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପ୍ରଦାନ କରି ଯଥାଶୀଘ୍ର ସମାଧାନ ପାଇଁ ଦାବି କରିଛନ୍ତି । ସମସ୍ୟା ସମାଧାନ ନ ହେଲେ

ଆଗାମୀ ଦିନରେ ଜଳସେଚନ କାର୍ଯ୍ୟlଳୟ ଘେରାଉ କରିବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande