ଶେରଗଡ଼, ହିଞ୍ଜିଳିକାଟୁ ଓ କବିସୂର୍ଯ୍ୟ ନଗର ଅଞ୍ଚଳରେ ନିର୍ମିତ ରାସ୍ତା ନିମ୍ନମାନର ଅଭିଯୋଗ
ଗଞାମ, ୬ ଅଗଷ୍ଟ (ହି.ସ.)- ଗଞ୍ଜାମ ଜିଲାର ଶେରଗଡ, ହିଞ୍ଜିଳିକାଟୁ ଓ କବିସୂର୍ଯ୍ୟ ନଗର ଅଞ୍ଚଳରେ ଗତ ପାଞ୍ଚ ବର୍ଷ ମଧ୍ୟରେ ନିର୍ମାଣ ହୋଇଥିଵା ସଡକଗୁଡିକ ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ଫଳରେ କେତେକ ସ୍ଥାନରେ ରୋଡ ଗୁଡିକ ନଷ୍ଟ ହେବାରେ ଲାଗିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଠିକାଦାର ଓ ବିଭାଗୀ
ଶେରଗଡ଼, ହିଞ୍ଜିଳିକାଟୁ ଓ କବିସୂର୍ଯ୍ୟ ନଗର ଅଞ୍ଚଳରେ ନିର୍ମିତ ରାସ୍ତା ନିମ୍ନମାନର ଅଭିଯୋଗ


ଗଞାମ, ୬ ଅଗଷ୍ଟ (ହି.ସ.)- ଗଞ୍ଜାମ ଜିଲାର ଶେରଗଡ, ହିଞ୍ଜିଳିକାଟୁ ଓ କବିସୂର୍ଯ୍ୟ ନଗର ଅଞ୍ଚଳରେ ଗତ ପାଞ୍ଚ ବର୍ଷ ମଧ୍ୟରେ ନିର୍ମାଣ ହୋଇଥିଵା ସଡକଗୁଡିକ ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ଫଳରେ କେତେକ ସ୍ଥାନରେ ରୋଡ ଗୁଡିକ ନଷ୍ଟ ହେବାରେ ଲାଗିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ସଲାସୁତୁରା ଓ ଵୁଝାମଣାରେ ଏ ଧରଣର ନିମ୍ନ ଧରଣର କାର୍ଯ୍ୟ ହୋଇଥିବା ମଧ୍ୟ ସାଧାରଣରେ ଦାବି ହେଉଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ଘଟଣାର ତଦନ୍ତ କରିବାକୁ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande