ଶେରଗଡ଼ ତହସିଲ ରୁ ତୁରନ୍ତ ଜମି ପଟ୍ଟା ପ୍ରଦାନ କରାଯିବା ନେଇ ଦାବି
ଗଞ୍ଜାମ ୬ ଅଗଷ୍ଟ (ହିସ) - ଶେରଗଡ ତହସିଲ ଅଫିସ ରେ ଶହଶହଚାଷୀ ସେମାନଙ୍କ ପିତାଙ୍କ ନାମରେ ଥିବା ଚାଷଜମି ପିତାଙ୍କ ମୃତ୍ୟୁ ପରେ ଊତାରାଧିକାରୀସୁତ୍ରରେ ସେମାନଙ୍କ ନାମରେ ପଟ୍ଟା ପରିବର୍ତନ କରିବାକୁ ବିଧିବଦ୍ଧ ଭାବେ ଶେରଗଡ଼ ତହସିଲ ଦାରଙ୍କ ନିକଟରେ ଛଅମାସ ହେଲା ଆବେଦନ କରିଛନ୍ତି। ପଟ୍ଟା ମଧ୍ୟ ପ୍ରସ୍ତ
ଶେରଗଡ଼ ତହସିଲ ରୁ ତୁରନ୍ତ ଜମି ପଟ୍ଟା ପ୍ରଦାନ କରାଯିବା ନେଇ ଦାବି


ଗଞ୍ଜାମ ୬ ଅଗଷ୍ଟ (ହିସ) - ଶେରଗଡ ତହସିଲ ଅଫିସ ରେ ଶହଶହଚାଷୀ ସେମାନଙ୍କ ପିତାଙ୍କ ନାମରେ ଥିବା ଚାଷଜମି ପିତାଙ୍କ ମୃତ୍ୟୁ ପରେ ଊତାରାଧିକାରୀସୁତ୍ରରେ ସେମାନଙ୍କ ନାମରେ ପଟ୍ଟା ପରିବର୍ତନ କରିବାକୁ ବିଧିବଦ୍ଧ ଭାବେ ଶେରଗଡ଼ ତହସିଲ ଦାରଙ୍କ ନିକଟରେ ଛଅମାସ ହେଲା ଆବେଦନ କରିଛନ୍ତି। ପଟ୍ଟା ମଧ୍ୟ ପ୍ରସ୍ତୁତ ହୋଇଥିବା ସତ୍ୱେ ଚାଷୀଙ୍କୁ ଏହି ପଟ୍ଟା ପ୍ରଦାନ କରାଯାଉ ନଥିବାରୁ, ଚଳିତ ବର୍ଷ ଚାଷୀ ମଣ୍ଡି କୁଧାନ୍ୱିକି୍ୱାପାଇଁ ରେଜିଷ୍ଟ୍ରେସନ କରିବା ସମ୍ଭବ ହୋଇନପାରେ।ଏଣୁଚାଷୀଙ୍କ ମନରେ ତୀବ୍ର ଅସନ୍ତୋଷ ଓ ଉତେଜନା ପ୍ରକାଶ ପାଇଛି। ତୁରନ୍ତ ଶେରଗଡ଼ ତହସିଲଦାର ମଣ୍ଡିରେଜିଷ୍ଟ୍ରେସନ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଆବେଦନ କାରୀ ଚାଷୀ ଙ୍କ ନୂତନ ପଟ୍ଟା ପ୍ରଦାନ କରିବାକୁ ଚାଷୀମାନଙ୍କ ପକ୍ଷରୁ ଦାବି ହେଉଛି। ଏଥିରେ ତୁରନ୍ତ ଗଞ୍ଜାମ ଜିଲ୍ଲା ପାଳ ହସ୍ତକ୍ଷେପ କରି ବାକୁ ଚାଷୀ ମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

---------------

ହିନ୍ଦୁ ସ୍ଥାନ ସମାଚାର /ହୃଷୀକେଶ

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande