ବାପାର ଆକ୍ରମଣରେ ପୁଅ ମୃତ
ମୁଖୀଗୁଡା, ୬ ଅଗଷ୍ଟ (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଭେଜିଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୂଆଗୁଡା ଗ୍ରାମରେ ବାପାର ଆକ୍ରମଣରେ ପୁଅର ମୃତ୍ୟୁ ଘଟିଛି । ମୃତକ ହେଲେ ଆଲୋକ ରଞ୍ଜନ ଗହିର (୨୦)। ତାଙ୍କ ବାପା ମାନସିଂ ଗହିର (୫୫) ପୁଅଙ୍କୁ ଟଙ୍କା ମାଗି ଥିଲେ। ଟଙ୍କା ନଦେବ
All gahir


ମୁଖୀଗୁଡା, ୬ ଅଗଷ୍ଟ (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଭେଜିଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୂଆଗୁଡା ଗ୍ରାମରେ ବାପାର ଆକ୍ରମଣରେ ପୁଅର ମୃତ୍ୟୁ ଘଟିଛି । ମୃତକ ହେଲେ ଆଲୋକ ରଞ୍ଜନ ଗହିର (୨୦)। ତାଙ୍କ ବାପା ମାନସିଂ ଗହିର (୫୫) ପୁଅଙ୍କୁ ଟଙ୍କା ମାଗି ଥିଲେ। ଟଙ୍କା ନଦେବାରୁ ଉଭୟଙ୍କ ମଧ୍ୟରେ ଗତକାଲି ରାତିରେ ବଚସା ହୋଇଥିଲା। ଏହି ସମୟରେ ରାଗରେ କାଠ ଫାଳିଆରେ ମାନସିଂ ଆଲୋକର ମୁଣ୍ଡକୁ ଆଘାତ କରିଥିଲେ । ଗୁରୁତର ଆହତ ଆଲୋକଙ୍କୁ ପରିବାର ଲୋକେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ କଲମପୁର ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କଲମପୁର ପୁଲିସକୁ ସୂଚନା ଦିଆଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବାପା ମାନସିଂ ଗହିରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande