ନୂଆପଡ଼ାରେ ଉଠା ଜଳସେଚନ ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ
ନୂଆପଡ଼ା, ୦୬ ଅଗଷ୍ଟ(ହି.ସ.) – ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଓଡ଼ିଶା ଉଠା ଜଳସେଚନ କର୍ପୋରେସନ(ଓଏଲ୍ଆଇସି) ଅଧିନରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ
Utha jalasechan samiksha


ନୂଆପଡ଼ା, ୦୬ ଅଗଷ୍ଟ(ହି.ସ.) – ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଓଡ଼ିଶା ଉଠା ଜଳସେଚନ କର୍ପୋରେସନ(ଓଏଲ୍ଆଇସି) ଅଧିନରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ଜିଲ୍ଲାପାଳ ଜଳସେଚନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକୁ ଉଚ୍ଚମାନରେ ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମୀକ୍ଷାବେଳେ ସୂଚନା ଦିଆଯାଇଥିଲା ଯେ ୨୦୨୫–୨୬ ଆର୍ôଥକ ବର୍ଷର ୧୦୬୪ଟି ପାରମ୍ପରିକ ଗଭୀର ନଳକୂପ ପ୍ରକଳ୍ପ ମଧ୍ୟରୁ ୯୦ଟି ପ୍ରକଳ୍ପ ପାଇଁ ଟ୍ରାନ୍ସଫର୍ମର ସ୍ଥଳରେ ପହଂଚିସାରିଛି ଏବଂ ଟିପିଡବ୍ଲିଓଡିଏଲ୍ କର୍ତୃପକ୍ଷଙ୍କ ପରୀକ୍ଷଣ ପରେ ସ୍ଥାପନ କରାଯିବ। ଅନ୍ୟ ୨୧୦ଟି ପ୍ରକଳ୍ପ ପାଇଁ ଟ୍ରାନ୍ସଫର୍ମର କ୍ରୟ କରାଯାଇଥିବାବେଳେ ଚଳିତ ମାସ ଶେଷ ସୁଦ୍ଧା ସ୍ଥାପନ କରାଯିବ। ୨୨୩ଟି ପ୍ରକଳ୍ପ ପାଇଁ ୬ ପ୍ରତିଶତ ସୁପରଭିଜନ ଚାର୍ଜ ଜମା ହୋଇଥିବାବେଳେ ଅବଶିଷ୍ଟ ୧୭୭ଟି ପ୍ରକଳ୍ପ ପାଇଁ ମଧ୍ୟ ଚଳିତ ମାସ ମଧ୍ୟରେ ଜମା କରାଯିବ।

ସିଏଲ୍ଆଇପିଏସ୍ ଯୋଜନାରେ ୨୭ଟି ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ଜାରି ହୋଇଥିବାବେଳେ ୨୪ଟି ପ୍ରକଳ୍ପରେ ବିଦ୍ୟୁତୀକରଣ ସମ୍ପୂର୍ଣ୍ଣ ହୋଇଛି। ଅବଶିଷ୍ଟ ୩ଟି ପ୍ରକଳ୍ପକୁ ଟିପିଡବ୍ଲ୍ୟୁଓଡିଏଲ୍ ସହଯୋଗରେ ଚଳିତ ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଅଚଳ ଉଠା ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ପାଇଁ ୬୬ଟି ଏବଂ ପୁରୁଣା କାର୍ଯ୍ୟକ୍ଷମ ପ୍ରକଳ୍ପର ସୁଦୃଢ଼ୀକରଣ ପାଇଁ ୯୩ଟି ପ୍ରକଳ୍ପକୁ ଓଏଲ୍ଆଇସି ମୁଖ୍ୟାଳୟରୁ ଅନୁମତି ମିଳିଛି।

ଆଅର୍ାଇଡିଏଫ୍ ଯୋଜନାରେ ୨୦୨୬–୨୭ ବର୍ଷ ପାଇଁ ୧୨୬ଟି ନୂତନ ନଦୀଭିତିକ ଉଠା ଜଳସେଚନ ପ୍ରକଳ୍ପର ଡିପିଆର୍ ଓଏଲ୍ଆଇସି ମୁଖ୍ୟାଳୟକୁ ପଠାଯାଇଥିବାବେଳେ ଅନୁମୋଦନ ଅପେକ୍ଷାରେ ରହିଛି। ସେହିପରି ୪୭୬ଟି କ୍ଲଷ୍ଟର ଗଭୀର ନଳକୂପ ଓ ୩୦୫ଟି ସୌରଚାଳିତ ଗଭୀର ନଳକୂପ ପାଇଁ ଡିପିଆର୍ ମଧ୍ୟ ମୁଖ୍ୟାଳୟକୁ ପଠାଯାଇଛି ଏବଂ ଟେଣ୍ଡର ପ୍ରକ୍ରିୟା ଅପେକ୍ଷାରେ ରହିଛି।

ବୈଠକରେ ଓଏଲ୍ଆଇସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ସେଠୀ, ଟିପିଡବ୍ଲିଓ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଖ୍ୟାତ ଦେବ ପରିଡ଼ା, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ବୁଡ଼ାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande