ହାଇୱେର ପ୍ରତି ୫୦ କିଲୋମିଟର ଅନ୍ତରରେ ଖୋଲିବ ୱେ-ସାଇଡ୍ ଆମିନିଟିସ୍ ସେଂଟର
ଭୁବନେଶ୍ୱର, ୦୬ ଅଗଷ୍ଟ (ହି.ସ) - ଆଇନ ତଥା ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନର ସମ୍ମିଳନୀ କକ୍ଷ ଠାରେ ଗୁରୁବାର ଦିନ ଜାତୀୟ ରାଜପଥ, ଏକ୍ସପ୍ରେସ୍ ୱେ, ରାଜ୍ୟ ରାଜପଥ ଏବଂ ଜିଲ୍ଲା ମୁଖ୍ୟ ସଡ଼କର ପ୍ରତି ୫୦ କିଲୋମିଟର ଅନ୍ତରରେ ୱେ-ସାଇଡ୍ ଆମିନିଟିସ୍ ସେଂଟର
fdh


ଭୁବନେଶ୍ୱର, ୦୬ ଅଗଷ୍ଟ (ହି.ସ) - ଆଇନ ତଥା ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନର ସମ୍ମିଳନୀ କକ୍ଷ ଠାରେ ଗୁରୁବାର ଦିନ ଜାତୀୟ ରାଜପଥ, ଏକ୍ସପ୍ରେସ୍ ୱେ, ରାଜ୍ୟ ରାଜପଥ ଏବଂ ଜିଲ୍ଲା ମୁଖ୍ୟ ସଡ଼କର ପ୍ରତି ୫୦ କିଲୋମିଟର ଅନ୍ତରରେ ୱେ-ସାଇଡ୍ ଆମିନିଟିସ୍ ସେଂଟର (ସଡ଼କ ପାର୍ଶ୍ୱ ସୁବିଧା କେନ୍ଦ୍ର) ପ୍ରତିଷ୍ଠା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ସୁବିଧା କେନ୍ଦ୍ରଗୁଡ଼ିକରେ ପୁରୁଷ ଓ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ, ଇଭି ଚାର୍ଜିଂ ସୁବିଧା, ପେଟ୍ରୋଲ ପମ୍ପ, ଫୁଡ୍ କୋର୍ଟ, ବିଶ୍ରାମ ଗୃହ ଆଦି ବ୍ୟବସ୍ଥା ରହିବ।ଏହା ଟ୍ରକ୍ ଚାଳକ, ବସ୍ ଯାତ୍ରୀ ଓ ସାଧାରଣ ଯାତ୍ରୀମାନଙ୍କୁ ସୁରକ୍ଷିତ ଯାତ୍ରାର ସୁବିଧା ପ୍ରଦାନ କରିବ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ବିଭିନ୍ନ ସରକାରୀ ତୈଳ କମ୍ପାନୀଙ୍କ ସହ ବୁଝାମଣା ସ୍ୱାକ୍ଷର କରିବାର ଯୋଜନା ରହିଛି।ଏଥି ଲାଗି ରାଜ୍ୟ ସରକାର ସ୍ଥାନ ଯୋଗାଇବେ ଏବଂ ତୈଳ କମ୍ପାନୀଗୁଡ଼ିକ ଏହି କେନ୍ଦ୍ରଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ବହନ କରିବେ। ଏହି ପଦକ୍ଷେପ ଓଡ଼ିଶାର ସଡ଼କ ଯାତ୍ରାକୁ ଅଧିକ ସୁରକ୍ଷିତ, ସୁବିଧାଜନକ ଓ ଆଧୁନିକ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସାବ୍ୟସ୍ତ ହେବ।

ଏହି ବୈଠକରେ ପୂର୍ତ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ପରିବହନ କମିଶନର ଅମିତାଭ ଠାକୁର,ପୂର୍ତ ବିଭାଗର ଇଆଇସି (ଡିଜାଇନ, ପ୍ଲାନିଂ ଓ କୋର୍ଡିନେସନ) ଇଂ ସମୀର ହୋତା,ଏନ୍ଏଚ୍ଆଇର ଆଂଚଳିକ ଅଧିକାରୀ ପ୍ରଦୀପ ଲାଲ, ମୁଖ୍ୟଯନ୍ତ୍ରୀ (ଏନ୍ଏଚ୍) ଇଂ ନାରାୟଣ ପଟେଲଙ୍କ ସମେତ ପୂର୍ତ ବିଭାଗ,ପର୍ଯ୍ୟଟନ ବିଭାଗ ଏବଂ ଏଚ୍ପିସିଏଲ୍ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande