ଆଜି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦିଲ୍ଲୀରେ ଇନଭେଷ୍ଟର୍ସ ମିଟରେ ଦେବେ ଯୋଗ
ଭୁବନେଶ୍ୱର, 06 ଅଗଷ୍ଟ (ହି.ସ.)- ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ । ଏହି ଅବସରରେ ସେ ଦିଲ୍ଲୀରେ ଇନଭେଷ୍ଟର୍ସ ମିଟରେ ଯୋଗ ଦେବେ । ଦିଲ୍ଲୀ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ସରକାରଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ଦ୍ରୁତ କାର୍ଯ୍ୟାନ୍ଵୟନ, ଓଡ଼ିଶାର
ଆଜି ଦିଲ୍ଲୀ ଗସ୍ତରେ ଯିବେ     ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦିଲ୍ଲୀରେ ଇନଭେଷ୍ଟର୍ସ ମିଟରେ ଦେବେ ଯୋଗ


ଭୁବନେଶ୍ୱର, 06 ଅଗଷ୍ଟ (ହି.ସ.)- ଆଜିଠୁ

ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ । ଏହି ଅବସରରେ ସେ ଦିଲ୍ଲୀରେ ଇନଭେଷ୍ଟର୍ସ ମିଟରେ ଯୋଗ ଦେବେ

। ଦିଲ୍ଲୀ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ସରକାରଙ୍କ ଦୃଢ଼ ଇଚ୍ଛାଶକ୍ତି ଓ

ଦ୍ରୁତ କାର୍ଯ୍ୟାନ୍ଵୟନ, ଓଡ଼ିଶାରେ

ଏକ ନୂତନ ଶିଳ୍ପ ବିପ୍ଳବ ଆରମ୍ଭ କରିଛି। ଓଡ଼ିଶାର ଏହି ଶିଳ୍ପ ବିକାଶ ଯାତ୍ରାରେ ଆଉ ଏକ ନୂତନ

ଫର୍ଦ୍ଦ ଯୋଡ଼ିହେବାକୁ ଯାଉଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜିଠାରୁ ମୁଁ

ଦିଲ୍ଲୀ ଗସ୍ତରେ ଯାଇ ଦେଶର ଅଗ୍ରଣୀ ଉଦ୍ୟୋଗପତି ଏବଂ ପ୍ରତିଷ୍ଠିତ କମ୍ପାନୀମାନଙ୍କ ସହିତ

ଓଡ଼ିଶାରେ ବ୍ୟାପକ ପୁଞ୍ଜିନିବେଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବି।

ଖାଦ୍ୟ ପ୍ରକ୍ରିୟାକରଣ, ଆଲୁମିନିୟମ ଓ ଇସ୍ପାତ, କଞ୍ଜ୍ଯୁମର ପ୍ରଡ଼କ୍ଟସ୍, ରିଫାଇନେରୀ ଏବଂ ଟେକ୍ସଟାଇଲ୍ ଆଦି କ୍ଷେତ୍ରରେ ନିବେଶ ପାଇଁ ନାଲକୋ, ହାୟର୍ ଇଣ୍ଡିଆ, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଏବଂ ଜିନ୍ଦଲ ଷ୍ଟିଲସ୍ ପରି ଅନେକ

ପ୍ରତିଷ୍ଠିତ ଉଦ୍ୟୋଗଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବା ସହିତ ବୁଝାମଣାପତ୍ରମଧ୍ୟ ସ୍ୱାକ୍ଷରିତ ହେବ।

ଓଡ଼ିଶାକୁ ଦେଶର ଅଗ୍ରଣୀ

ଶିଳ୍ପସମୃଦ୍ଧ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଆମ ସରକାର ବଦ୍ଧପରିକର। ଆମର ଏହି ପ୍ରୟାସ

ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବା ସହ ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି

କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande