କାଲି ସନ୍ଧ୍ୟା ସୁଦ୍ଧା ଚୂଡାନ୍ତ ବନ୍ୟା କ୍ଷୟକ୍ଷତି ରିପୋର୍ଟ
ଭୁବନେଶ୍ୱର, ୦୬ ଅଗଷ୍ଟ (ହି.ସ) - ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ବନ୍ୟା ସମ୍ପର୍କିତ ବିଭିନ୍ନ ବିଭାଗର ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ଆସିଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରାରମ୍ଭିକ ଭାବେ ୨୨ ଜିଲ୍ଲାକୁ ୧୧୦ କୋଟି ବନ୍
suresh pujari


ଭୁବନେଶ୍ୱର, ୦୬ ଅଗଷ୍ଟ (ହି.ସ) - ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ବନ୍ୟା ସମ୍ପର୍କିତ ବିଭିନ୍ନ ବିଭାଗର ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ଆସିଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରାରମ୍ଭିକ ଭାବେ ୨୨ ଜିଲ୍ଲାକୁ ୧୧୦ କୋଟି ବନ୍ୟା ସହାୟତା ସରକାର ଦେଇଛନ୍ତି। ଚଳିତ ବନ୍ୟାରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ ବ୍ୟାପକ କ୍ଷୟ କ୍ଷତି ହୋଇଛି। ବାଲେଶ୍ୱରକୁ ୨୨.୦୩ କୋଟି , ଯାଜପୁରକୁ ୨୦.୨୦ କୋଟି , ଭଦ୍ରକକୁ ୨୦.୧୨ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande