ପଟ୍ଟନାୟକ ଟ୍ୟାଙ୍କ ପୁନରୁଦ୍ଧାର ପ୍ରକଳ୍ପରେ ୫୫.୬୯ ଲକ୍ଷ ଟଙ୍କା ଠକେଇ- ପୂର୍ବତନ ଜେଇ, ପୌର ଯନ୍ତ୍ରୀ ଓ ଠିକାଦାରଙ୍କୁ ଗିରଫ କଲା ଓଡ଼ିଶା ଭିଜିଲାନ୍ସ
ଭୁବନେଶ୍ୱର, 06 ଅଗଷ୍ଟ (ହି.ସ.)- ଦୁର୍ନୀତି ଓ ସରକାରୀ ପାଣ୍ଠିର ଅପବ୍ୟବହାର ବିରୋଧରେ ବଡ଼ ପଦକ୍ଷେପ ସ୍ୱରୂପ, ଓଡ଼ିଶା ଭିଜିଲାନ୍ସ ଆଜି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିସ୍ଥିତ ପଟ୍ଟନାୟକ ଟ୍ୟାଙ୍କର ପୁନରୁଦ୍ଧାର ଓ ସଂସ୍କାର ପ୍ରକଳ୍ପରେ ଆର୍ଥିକ ଅନିୟମିତତା ଅଭିଯୋଗରେ
ପଟ୍ଟନାୟକ ଟ୍ୟାଙ୍କ     ପୁନରୁଦ୍ଧାର ପ୍ରକଳ୍ପରେ ୫୫.୬୯ ଲକ୍ଷ ଟଙ୍କା ଠକେଇ- ପୂର୍ବତନ ଜେଇ, ପୌର     ଯନ୍ତ୍ରୀ ଓ ଠିକାଦାରଙ୍କୁ ଗିରଫ କଲା ଓଡ଼ିଶା ଭିଜିଲାନ୍ସ


ଭୁବନେଶ୍ୱର, 06 ଅଗଷ୍ଟ (ହି.ସ.)- ଦୁର୍ନୀତି ଓ

ସରକାରୀ ପାଣ୍ଠିର ଅପବ୍ୟବହାର ବିରୋଧରେ ବଡ଼ ପଦକ୍ଷେପ ସ୍ୱରୂପ, ଓଡ଼ିଶା

ଭିଜିଲାନ୍ସ ଆଜି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିସ୍ଥିତ ପଟ୍ଟନାୟକ ଟ୍ୟାଙ୍କର ପୁନରୁଦ୍ଧାର ଓ

ସଂସ୍କାର ପ୍ରକଳ୍ପରେ ଆର୍ଥିକ ଅନିୟମିତତା ଅଭିଯୋଗରେ ଦୁଇଜଣ ସରକାରୀ ଇଞ୍ଜିନିୟରିଂ ଅଧିକାରୀ ଓ

ଜଣେ ବେସରକାରୀ ଠିକାଦାରଙ୍କୁ ଗିରଫ କରିଛି।

ଓଡ଼ିଶା ଭିଜିଲାନ୍ସର

ବିସ୍ତୃତ ତଦନ୍ତରୁ ଜଣାପଡ଼ିଛି ଯେ, ନକଲି ମେଜରମେଣ୍ଟ ବୁକ୍ ଏଣ୍ଟ୍ରି ଓ ନିମ୍ନମାନର କାର୍ଯ୍ୟ ମାଧ୍ୟମରେ

୫୫,୬୯,୦୩୩

ଟଙ୍କା ସରକାରୀ ପାଣ୍ଠିର ଯୋଜନାବଦ୍ଧ ଅପବ୍ୟବହାର କରାଯାଇଥିଲା।

ତଦନ୍ତରୁ ମିଳିଥିବା ପ୍ରମୁଖ

ତଥ୍ୟ ମୁତାବକ ପ୍ରକଳ୍ପ ଅବଧି: ୨୦୧୯ ରୁ ୨୦୨୨, ମୋଟ ପ୍ରଦାନ ରାଶି- ବୈଧ ଟିକସ କଟାଯିବା ପରେ

୩ଟି ରନିଂ ଆକାଉଣ୍ଟ (ଆରଏ) ବିଲ୍ ମାଧ୍ୟମରେ ୧,୨୨,୪୦,୭୦୦ ଟଙ୍କା ପ୍ରଦାନ କରାଯାଇଥିଲା।

ରେକର୍ଡ ଜାଲିଆତି: ପୂର୍ବତନ

କନିଷ୍ଠ ଯନ୍ତ୍ରୀ ଡି. ଯୁଧିଷ୍ଠିର ପ୍ରକୃତରେ

ହୋଇନଥିବା କିମ୍ବା ନିମ୍ନମାନର କାର୍ଯ୍ୟ ପାଇଁ ସରକାରୀ ମେଜରମେଣ୍ଟ ବୁକ୍ରେ ଜାଣିଶୁଣି ମିଥ୍ୟା

ଓ ବଢ଼ାଇ ଦିଆଯାଇଥିବା ମାପ ଲିପିବଦ୍ଧ କରିଥିଲେ।

ଯାଞ୍ଚ ମାପ - ପୌର ଯନ୍ତ୍ରୀଶ୍ରୀ

ସଞ୍ଜୀବ ଚମ୍ପତି ସରକାରୀ ଯାଞ୍ଚ ସମୟରେ ଏହି ମିଥ୍ୟା ମାପକୁ ଜାଣିଶୁଣି ସଠିକ୍ ବୋଲି ପ୍ରମାଣିତ

କରିଥିଲେ।

ବେଆଇନ ଆର୍ଥିକ ଲାଭ: ଏହି

ଜାଲିଆତି ଆଧାରରେ ଠିକାଦାର ଶ୍ରୀ ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ମୋଟ ୧,୨୨,୪୦,୭୦୦

ଟଙ୍କା ପ୍ରଦାନ କରାଯାଇଥିଲା।

ସରକାରଙ୍କ କ୍ଷତି: ଓଡ଼ିଶା

ଭିଜିଲାନ୍ସ ପକ୍ଷରୁ କରାଯାଇଥିବା ସ୍ୱାଧୀନ ବୈଷୟିକ ମୂଲ୍ୟାଙ୍କନରେ ୫୫,୬୯,୦୩୩

ଟଙ୍କା ମୂଲ୍ୟର କାର୍ଯ୍ୟ ନିମ୍ନମାନର କିମ୍ବା କମ୍ କରାଯାଇଥିବା ଜଣାପଡ଼ିଛି, ଯାହାଫଳରେ

ରାଜ୍ୟ ସରକାରଙ୍କ ରାଜକୋଷର ସିଧାସଳଖ କ୍ଷତି ଘଟିଛି।

ଏହି ଘଟଣାରେ ବ୍ରହ୍ମପୁର

ଭିଜିଲାନ୍ସ ଥାନାରେ ଭିଜିଲାନ୍ସ ପି.ଏସ୍. କେସ୍ ନଂ. ୦୭/୨୦୨୬ ରୁଜୁ କରାଯାଇଛି। ଅଭିଯୁକ୍ତ

ତିନିଜଣଙ୍କ ବିରୋଧରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୧୩(୨) ସହ

୧୩(୧)(କ) ଏବଂ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୧୨୦-ବି,

୪୦୯, ୪୨୦, ୪୬୮, ୪୭୧ ଓ ୪୭୭-ଏ ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ହୋଇଥିବା ତିନିଜଣ

ଅଭିଯୁକ୍ତଙ୍କୁ ଆଜି ଅଦାଲତରେ ହାଜର କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande