ଆଇନ ସଚେତନତା ହେଉଛି ନ୍ୟାୟ ପ୍ରାପ୍ତିର ପ୍ରଥମ ପଦକ୍ଷେପ: ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ
ଜୟପୁର, ୬ ଅଗଷ୍ଟ (ହି.ସ.)- ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜୟପୁର ଆନୁକୂଲ୍ୟରେ ବୈପାରୀଗୁଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଆଇନ ସଚେତନତା ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ସମାଜର ଦୁର୍ବଳ, ଆଦିବାସୀ, ମହିଳା, ଶ୍ରମିକ ଓ ବଞ୍ଚିତ ବର୍ଗଙ୍କ ନିକଟରେ ଆଇନ ସଚେତନତା ଓ ସରକାରୀ କଲ୍ୟ
ଆଇନ ସଚେତନତା ହେଉଛି ନ୍ୟାୟ ପ୍ରାପ୍ତିର ପ୍ରଥମ ପଦକ୍ଷେପ: ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ


ଜୟପୁର, ୬ ଅଗଷ୍ଟ (ହି.ସ.)- ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜୟପୁର ଆନୁକୂଲ୍ୟରେ ବୈପାରୀଗୁଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଆଇନ ସଚେତନତା ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ସମାଜର ଦୁର୍ବଳ, ଆଦିବାସୀ, ମହିଳା, ଶ୍ରମିକ ଓ ବଞ୍ଚିତ ବର୍ଗଙ୍କ ନିକଟରେ ଆଇନ ସଚେତନତା ଓ ସରକାରୀ କଲ୍ୟାଣକାରୀ ଯୋଜନାର ସୂଚନା ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମରେ ଶ୍ରୀମତୀ ପ୍ରଦ୍ୟୋମୟୀ ସୁଜାତା, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ-କମ୍-ବିଚାରପତି, ସ୍ଥାୟୀ ଲୋକ ଅଦାଲତ, ଜୟପୁର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଆଇନ ସମସ୍ତଙ୍କ ପାଇଁ ସମାନ ଏବଂ ଆର୍ଥିକ ଅଭାବ କେବେବି ନ୍ୟାୟ ପାଇବାରେ ବାଧକ ହେବା ଉଚିତ ନୁହେଁ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ଯୋଗ୍ୟ ବ୍ୟକ୍ତିମାନେ ସମ୍ପୂର୍ଣ୍ଣ ମାଗଣାରେ ଆଇନ ସହାୟତା ପାଇପାରିବେ।ସମ୍ମାନିତ ଅତିଥି ରାଜେଶ୍ୱରୀ ହିକୋକା, ସହକାରୀ ଜିଲ୍ଲା ଶ୍ରମ ଅଧିକାରୀ, ଜୟପୁର ଶ୍ରମିକମାନଙ୍କ ଅଧିକାର, ଶ୍ରମ ଆଇନ ଓ ସରକାରୀ କଲ୍ୟାଣ ଯୋଜନା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲେ।

କାର୍ତ୍ତିକ ପାଢ଼ୀ, ବିଏସଏସଓ, ବୈପାରୀଗୁଡ଼ା ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଯଥା ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା, ଆବାସ ଯୋଜନା, ରେସନ କାର୍ଡ ଓ ଅନ୍ୟାନ୍ୟ ଜନକଲ୍ୟାଣ ଯୋଜନାର ସୁବିଧା ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ସରକାରଙ୍କ ପ୍ରୟାସ ବିଷୟରେ ଆଲୋଚନା କରିଥିଲେ। ରାଜେନ୍ଦ୍ର ପ୍ରସାଦ ପାତ୍ର, ଜିପିଡିଓ, ବୈପାରୀଗୁଡ଼ା ଗ୍ରାମ ପଞ୍ଚାୟତ ସ୍ତରରେ ସରକାରୀ ଯୋଜନାର ସ୍ୱଚ୍ଛ ରୂପାୟନ ଏବଂ ଜନସାଧାରଣଙ୍କ ସହଯୋଗର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଆଦିବାସୀ, ଡି-ନୋଟିଫାଇଡ୍ ଏବଂ ଯାଯାବର ସମ୍ପ୍ରଦାୟଙ୍କ ପାଇଁ ମାଗଣା ଆଇନ ସହାୟତା, ସାମ୍ବିଧାନିକ ଅଧିକାର, ବନ ଅଧିକାର, ସରକାରୀ ଯୋଜନାର ଲାଭ ଓ ନ୍ୟାୟ ପ୍ରାପ୍ତିର ବିଭିନ୍ନ ଉପାୟ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା। ସେହିପରି ନିଶାମୁକ୍ତ ସମାଜ ଗଠନ, ଯୁବପିଢ଼ିଙ୍କୁ ନିଶାସେବନର କୁପ୍ରଭାବରୁ ରକ୍ଷା କରିବା, ପରାମର୍ଶ, ପୁନର୍ବାସ ଏବଂ ଆଇନଗତ ସହାୟତା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ବିସ୍ତୃତ ଅବଗତ କରାଯାଇଥିଲା।କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ଅଙ୍ଗନୱାଡି କର୍ମୀ , ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଶ୍ରମିକ, ଛାତ୍ରଛାତ୍ରୀ, ଗ୍ରାମବାସୀ ଓ ସଚେତନ ନାଗରିକମାନେ ଉପସ୍ଥିତ ରହି ଆଇନଗତ ଅଧିକାର ଓ ସରକାରୀ ଯୋଜନା ସମ୍ପର୍କରେ ଜ୍ଞାନ ଅର୍ଜନ କରିଥିଲେ।ଶେଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସମସ୍ତଙ୍କୁ ଆଇନ ପ୍ରତି ସଚେତନ ହେବା, ଅନ୍ୟାୟ ବିରୋଧରେ ସ୍ୱର ଉଠାଇବା ଏବଂ ଆବଶ୍ୟକ ସମୟରେ ଡାଲସା ଠାରୁ ମାଗଣା ଆଇନ ସହାୟତା ନେବାକୁ ଆହ୍ୱାନ ଜଣାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande