ନିମାପଡ଼ା ନିର୍ବାଚନମଣ୍ଡଳୀର କାର୍ଯ୍ୟାଳୟ ସମ୍ପାଦକ ସ୍ୱର୍ଗତ ପ୍ରକାଶ ପଟ୍ଟନାୟକଙ୍କ ବିୟୋଗରେ ପ୍ରଭାତି ପରିଡାଙ୍କ ଶୋକ
ଭୁବନେଶ୍ୱର, 06 ଅଗଷ୍ଟ (ହି.ସ.)- ନିମାପଡ଼ା ନିର୍ବାଚନମଣ୍ଡଳୀର କାର୍ଯ୍ୟାଳୟ ସମ୍ପାଦକ ସ୍ୱର୍ଗତ ପ୍ରକାଶ ପଟ୍ଟନାୟକଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ସେୟାର କରି ସେ କହିଛନ୍ତି
ନିମାପଡ଼ା ନିର୍ବାଚନମଣ୍ଡଳୀର     କାର୍ଯ୍ୟାଳୟ ସମ୍ପାଦକ ସ୍ୱର୍ଗତ ପ୍ରକାଶ ପଟ୍ଟନାୟକଙ୍କ ବିୟୋଗରେ ପ୍ରଭାତି ପରିଡାଙ୍କ ଶୋକ


ଭୁବନେଶ୍ୱର, 06 ଅଗଷ୍ଟ (ହି.ସ.)- ନିମାପଡ଼ା

ନିର୍ବାଚନମଣ୍ଡଳୀର କାର୍ଯ୍ୟାଳୟ ସମ୍ପାଦକ ସ୍ୱର୍ଗତ ପ୍ରକାଶ ପଟ୍ଟନାୟକଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ

ପ୍ରଭାତି ପରିଡା ଶୋକ ପ୍ରକାଶ କରିଛନ୍ତି ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ଏକ ବାର୍ତ୍ତା ସେୟାର କରି ସେ କହିଛନ୍ତି ଯେ, ନିମାପଡ଼ା ନିର୍ବାଚନମଣ୍ଡଳୀର

କାର୍ଯ୍ୟାଳୟ ସମ୍ପାଦକ ଭାବେ ଦୀର୍ଘଦିନ ଧରି କାର୍ଯ୍ୟରତ ଥିବା ସ୍ୱର୍ଗତ ପ୍ରକାଶ ପଟ୍ଟନାୟକ

(ବୁଲୁ ଭାଇ)ଙ୍କ ତିରୋଧାନ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ।

ମହାପ୍ରଭୁଙ୍କ ନିକଟରେ ତାଙ୍କ

ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଏହି ଦୁଃଖଦ ସମୟରେ ତାଙ୍କ ଆତ୍ମୀୟସ୍ୱଜନ ଓ

ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande