୧୦ କୋଟିରୁ ଅଧିକ ପ୍ରକଳ୍ପରେ ବାଧ୍ୟତାମୂଳକ କ୍ୱାଲିଟି ଅଡିଟ୍
ଭୁବନେଶ୍ୱର, 06 ଅଗଷ୍ଟ (ହି.ସ.)- ୧୦ କୋଟି ଟଙ୍କାରୁ ଅଧିକ ସମସ୍ତ ସରକାରୀ ନିର୍ମାଣ ପ୍ରକଳ୍ପରେ ସ୍ୱାଧୀନ କ୍ୱାଲିଟି ଅଡିଟ୍ ବାଧ୍ୟତାମୂଳକ କରିଛି ପୂର୍ତ୍ତ ବିଭାଗ। ପ୍ରତ୍ୟେକ ପ୍ରକଳ୍ପରେ ଅତି କମରେ ଦୁଇଟି ଅଡିଟ୍ ତ୍ରୁଟି ସୁଧାର ନ ହେଲେ ସମ୍ପୃକ୍ତ ଅଧିକାରୀ କିମ୍ବା
୧୦ କୋଟିରୁ ଅଧିକ ପ୍ରକଳ୍ପରେ     ବାଧ୍ୟତାମୂଳକ କ୍ୱାଲିଟି ଅଡିଟ୍


ଭୁବନେଶ୍ୱର, 06 ଅଗଷ୍ଟ (ହି.ସ.)- ୧୦ କୋଟି

ଟଙ୍କାରୁ ଅଧିକ ସମସ୍ତ ସରକାରୀ ନିର୍ମାଣ ପ୍ରକଳ୍ପରେ ସ୍ୱାଧୀନ କ୍ୱାଲିଟି ଅଡିଟ୍ ବାଧ୍ୟତାମୂଳକ

କରିଛି ପୂର୍ତ୍ତ ବିଭାଗ। ପ୍ରତ୍ୟେକ ପ୍ରକଳ୍ପରେ ଅତି କମରେ ଦୁଇଟି ଅଡିଟ୍ ତ୍ରୁଟି ସୁଧାର ନ

ହେଲେ ସମ୍ପୃକ୍ତ ଅଧିକାରୀ କିମ୍ବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ୫୦ କୋଟିରୁ

ଅଧିକ ପ୍ରକଳ୍ପରେ ଭାଙ୍ଗିବା ବିନା ଅତ୍ୟାଧୁନିକ ଯନ୍ତ୍ରରେ ସଡ଼କ ଓ ସେତୁର ଗୁଣବତ୍ତା ଯାଞ୍ଚ

ହେବ। ସମସ୍ତ ପରୀକ୍ଷାରେ ସନ୍ତୋଷଜନକ ଫଳ ମିଳିଲା ପରେ ହିଁ ପ୍ରକଳ୍ପ ସମାପ୍ତି ପ୍ରମାଣପତ୍ର ପ୍ରଦାନ

କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande