
ଭୁବନେଶ୍ୱର, ୦୬ ଅଗଷ୍ଟ (ହି.ସ) - ପ୍ରଥମ ଶ୍ରେଣୀ ବହିରେ ତ୍ରୁଟି ଅଭିଯୋଗକୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ପ୍ରଥମ ଶ୍ରେଣୀ ବହିରେ ଯେଉଁ ତ୍ରୁଟି କଥା କୁହାଯାଉଛି ସେଭଳି ତ୍ରୁଟି ହୋଇନି। ଖୁବଶୀଘ୍ର ପିଲାଙ୍କୁ ନୂଆ ସଠିକ୍ ବହି ଯୋଗାଇ ଦିଆଯିବ। ଅନ୍ୟପକ୍ଷରେ ନିମ୍ବୁଡ଼ା ନିମ୍ବୁଡ଼ା ଗୀତକୁ ଯେଉଁଭଳି ପ୍ରଦର୍ଶନ କରାଯାଉଛି, ତାହା ଭୁଲ। ଜାତୀୟ ଶିକ୍ଷାନୀତି ଅନୁସାରେ ଅନ୍ୟ ରାଜ୍ୟର ଗୀତକୁ ବି ସ୍ଥାନ ଦିଆଯାଇଛି। ସୂଚନାଯୋଗ୍ୟ ଯେ ପ୍ରଥମ ଶ୍ରେଣୀରେ ବହିରେ ତ୍ରୁଟି ଅଭିଯୋଗରେ ଯଥାର୍ଥତା ନାହିଁ ବୋଲି ଗତକାଲି ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା