ସୁଷମା ସ୍ୱରାଜଙ୍କ ତିରୋଧାନ ଦିବସରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ରାଜ୍ୟପାଳ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ
ଭୁବନେଶ୍ୱର, 06 ଅଗଷ୍ଟ (ହି.ସ.)- ସୁଷମା ସ୍ୱରାଜଙ୍କ ତିରୋଧାନ ଦିବସରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି କହିଛନ୍ତି ଯେ, ପଦ୍ମ ବିଭୂଷଣ'' ସମ୍ମା
ସୁଷମା ସ୍ୱରାଜଙ୍କ ତିରୋଧାନ     ଦିବସରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ରାଜ୍ୟପାଳ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ


ଭୁବନେଶ୍ୱର, 06 ଅଗଷ୍ଟ (ହି.ସ.)- ସୁଷମା

ସ୍ୱରାଜଙ୍କ ତିରୋଧାନ ଦିବସରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ,

ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି କହିଛନ୍ତି ଯେ, ପଦ୍ମ ବିଭୂଷଣ' ସମ୍ମାନରେ

ସମ୍ମାନିତ ସୁଷମା ସ୍ୱରାଜ ଜୀଙ୍କ ପୁଣ୍ୟତିଥିରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି।

ତାଙ୍କର ପ୍ରେରଣାଦାୟକ

ସାର୍ବଜନୀନ ଜୀବନ, ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଅତୁଟ ପ୍ରତିବଦ୍ଧତା ଏବଂ

ରାଷ୍ଟ୍ରସେବା ପ୍ରତି ସମର୍ପିତ ଅବଦାନ ସଦା ସ୍ମରଣୀୟ ରହିବ। ତାଙ୍କର ଆଦର୍ଶ ଓ ଉତ୍ତରାଧିକାର

ଆଗାମୀ ପିଢ଼ୀମାନଙ୍କୁ କରୁଣା, ନିଷ୍ଠା ଓ ସମର୍ପଣର ସହ ଭାରତମାତାଙ୍କ ସେବା କରିବା ପାଇଁ ନିରନ୍ତର

ପ୍ରେରଣା ଯୋଗାଇବ।

ଉପମୁଖ୍ୟମନ୍ତ୍ରୀ କନକ

ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ପୂର୍ବତନ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ତଥା ‘ପଦ୍ମ ବିଭୂଷଣ’

ସମ୍ମାନରେ ସମ୍ମାନିତ ସୁଷମା ସ୍ୱରାଜ ଜୀଙ୍କ ପୁଣ୍ୟତିଥିରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି।

ଅସାଧାରଣ ବକ୍ତୃତ୍ୱ, ସମ୍ବେଦନଶୀଳ

ନେତୃତ୍ୱ ଏବଂ ଗରିମାମୟ ବ୍ୟକ୍ତିତ୍ୱର ଅଧିକାରିଣୀ ସୁଷମା ଜୀ ଭାରତୀୟ ଗଣତନ୍ତ୍ର ଓ କୂଟନୀତିକୁ

ନୂତନ ଉଚ୍ଚତା ପ୍ରଦାନ କରିଥିଲେ। ଜନସେବା ପ୍ରତି ତାଙ୍କର ଅତୁଟ ସମର୍ପଣ, ସହଜ ଓ

ଆତ୍ମୀୟ ସଂଳାପ ଶୈଳୀ ଏବଂ ପ୍ରତ୍ୟେକ ଭାରତୀୟଙ୍କ ପ୍ରତି ତାଙ୍କର ଆନ୍ତରିକ ଆତ୍ମୀୟତା ସଦା

ସ୍ମରଣୀୟ ହୋଇ ରହିବ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତି

ପରିଡା କହିଛନ୍ତି ଯେ,ପୂର୍ବତନ କେନ୍ଦ୍ରମନ୍ତ୍ରୀ, ପ୍ରଖର ବାଗ୍ମୀ ତଥା ଲୋକପ୍ରିୟ ଜନନେତ୍ରୀ ‘ପଦ୍ମ ବିଭୂଷଣ’ ସୁଷମା

ସ୍ୱରାଜଙ୍କ ପୁଣ୍ୟତିଥି ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି । ରାଷ୍ଟ୍ରସେବା ପ୍ରତି

ତାଙ୍କର ସମର୍ପଣ ସର୍ବଦା ପ୍ରେରଣାଦାୟୀ ହୋଇ ରହିବ।

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ

ମହାଲିଙ୍ଗ କହିଛନ୍ତି ଯେ, ନାରୀ ସଶକ୍ତିକରଣର ପ୍ରତୀକ, ଭାରତର ପୂର୍ବତନ କେନ୍ଦ୍ରମନ୍ତ୍ରୀ, ପଦ୍ମ ବିଭୂଷଣ ସୁଷମା ସ୍ୱରାଜଙ୍କ ପୁଣ୍ୟତିଥିରେ ଭକ୍ତିପୂତ ପ୍ରଣାମ

ଜଣାଉଛି। ତାଙ୍କର ନେତୃତ୍ୱ ଏବଂ ରାଷ୍ଟ୍ରହିତ ପାଇଁ ମାର୍ଗଦର୍ଶନ ଆଜିର ସମାଜ ପାଇଁ ଏକ

ପ୍ରେରଣା।

ସେହିପରି ପୂର୍ବତନ

କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, 'ପଦ୍ମ ବିଭୂଷଣ' ସମ୍ମାନରେ

ସମ୍ମାନିତ ସୁଷମା ସ୍ୱରାଜ ଜୀଙ୍କ ପୁଣ୍ୟତିଥିରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି।

ତାଙ୍କର ପ୍ରେରଣାଦାୟକ

ସାର୍ବଜନୀନ ଜୀବନ, ଗଣତାନ୍ତ୍ରିକ ମୂଲ୍ୟବୋଧ

ପ୍ରତି ଅତୁଟ ପ୍ରତିବଦ୍ଧତା ଏବଂ ରାଷ୍ଟ୍ରସେବା ପ୍ରତି ସମର୍ପିତ ଅବଦାନ ସଦା ସ୍ମରଣୀୟ ରହିବ।

ତାଙ୍କର ଆଦର୍ଶ ଓ ଉତ୍ତରାଧିକାର ଆଗାମୀ ପିଢ଼ୀମାନଙ୍କୁ କରୁଣା, ନିଷ୍ଠା

ଓ ସମର୍ପଣର ସହ ଭାରତମାତାଙ୍କ ସେବା କରିବା ପାଇଁ ନିରନ୍ତର ପ୍ରେରଣା ଯୋଗାଇବ।

ପୁରୀ ସାଂସଦ ସମ୍ବିତ ପାତ୍ର

କହିଛନ୍ତି ଯେ, ସୌମ୍ୟତା ଓ ସରଳତାର ପ୍ରତିମୂର୍ତ୍ତି,

ଓଜସ୍ୱୀ ବକ୍ତା,

ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ‘ପଦ୍ମ ବିଭୂଷଣ’ ସମ୍ମାନରେ

ସମ୍ମାନିତ ସୁଷମା ସ୍ୱରାଜ ଜୀଙ୍କ ପୁଣ୍ୟତିଥିରେ ତାଙ୍କୁ କୋଟି କୋଟି ପ୍ରଣାମ।

‘ରାଷ୍ଟ୍ର ପ୍ରଥମ’ର ଆଦର୍ଶ

ଏବଂ ଜନସେବାର ସଂକଳ୍ପକୁ ସାଥୀ କରି ସୁଷମା ଜୀ ନିଜର ସମଗ୍ର ଜୀବନ ଦେଶସେବା ପାଇଁ ସମର୍ପିତ

କରିଥିଲେ। ସଂଗଠନର ବିସ୍ତାର ସହିତ ରାଷ୍ଟ୍ରର ଉନ୍ନତି ଓ ଉତ୍ଥାନ ପ୍ରତି ତାଙ୍କର ଅଟୁଟ ସମର୍ପଣ

ଆମ ସମସ୍ତଙ୍କ ପାଇଁ ସର୍ବଦା ପ୍ରେରଣାଦାୟକ ହୋଇ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande